Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏନ ଏଚ୨୬ ରୁ ଫୁଫ ଗାଁ ରାସ୍ତା ଖାଳଖମା ରେ ଭର୍ତ୍ତି,ଯାତାୟାତ ଚିଲିଗୁଡା ରୁ ଫୁଫଗାଁ ରାସ୍ତା ପାଇଁ ହିନସ୍ତା ହେଉଛନ୍ତି ଜନସାଧାରଣ, ବିଭାଗ ର ଦୃଷ୍ଟି ପଡିବ କେବେ?

କୋକସରା/୨୧/୦୭ କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଜାତୀୟ ରାଜପଥ ୨୬ ଚିଲିଗୁଡା ରୁ ଫୁଫଗାଁ ପଞ୍ଚାୟତ କୁ ସଂଯୋଗ କରୁଥିବା ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଥିବା ରାସ୍ତା ଚିଲିଗୁଡା ରୁ ଫୁଫଗାଁ ପର୍ଯ୍ୟନ୍ତ ଖାଳଖମା ରେ ଭର୍ତ୍ତି ହୋଇଥିବା ବେଳେ ଅଲ୍ପ ବର୍ଷା ହେଲେ ସ୍ଥିତି ଅସମ୍ଭାଳ ହୋଇ ଅଞ୍ଚଳ ବାସୀ ଙ୍କ ପାଇଁ ମରଣଯନ୍ତା ପାଲଟିଛି। ଏହି ରାସ୍ତା ଦେଇ କେବଳ ଫୁଫଗାଁ ପଞ୍ଚାୟତ ନୁହେଁ, କାଶିବାହଲ, କନ୍ଦାବୁଟୁରା, ଲଡୁଗାଁ ପଞ୍ଚାୟତ ଅଞ୍ଚଳ ର ଜନ ସାଧାରଣ ପ୍ରତିଦିନ ନିର୍ଭରଶୀଳ ରହୁଥିବା ବେଳେ ରାସ୍ତା ର ଦୁରାବସ୍ଥା କାରଣରୁ ନାହିଁ ନଥିନା ଅସୁବିଧା ର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ କରିଛନ୍ତି। ଏହି ରାସ୍ତାରେ ପ୍ରତ୍ୟହ ସ୍କୁଲ, କଲେଜ, ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ କୁ ଶତାଧିକ ଛାତ୍ରଛାତ୍ରୀ ଓ ଜନ ସାଧାରଣ ନିର୍ଭର କରୁଥିବା ବେଳେ ରାସ୍ତା ଅବସ୍ଥା ଶୋଚନୀୟ କାରଣରୁ ଅନେକ ଅସୁବିଧା ର ସମ୍ମୁଖୀନ ହେଉଥିବା କହିଛନ୍ତି।ଏହି ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଥିବା ବେଳେ କାହିଁକି ବିଭାଗ ପକ୍ଷରୁ ରାସ୍ତା ମରାମତି କରାଯାଉନାହିଁ ତାହା କୁ ନେଇ ସାଧାରଣ ରେ ପ୍ରଶ୍ନବାଚୀ ଦେଖାଦେଇଛି। ତେବେ ଏନେଇ କୋକସରା ବ୍ଲକ ଗ୍ରାମ୍ୟ ଉନ୍ନୟନ ବିଭାଗ ଦାୟିତ୍ୱ ରେ ରହିଥିବା କନିଷ୍ଠ ଯନ୍ତ୍ରୀ ସୁରେଶ ବାରିହା ଙ୍କ ପ୍ରତିକ୍ରିୟା ନେବାରୁ ମରାମତି ପାଇଁ ବିଭାଗ କୁ ଚିଠି କରାଯାଇଛି, ଅନୁମୋଦନ ହେଲାପରେ ମରାମତି କରାଯିବ ବୋଳି କହିଛନ୍ତି। ତେବେ କେବେ ବିଭାଗୀୟ ଅଧିକାରୀ ଙ୍କ ଦୂରଦୃଷ୍ଟି ଏହି ରାସ୍ତା ଉପରେ ପଡିବ ଓ କେବେ ମରାମତି ପାଇଁ ବିଭାଗ ଯତ୍ନବାନ ହେବେ ତାହା ଦେଖିବାକୁ ବାକି ରହିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ