ନାବାଳିକାକୁ ଅପହରଣ ଅଭିଯୋଗ ରେ ଯୁବକ ଗିରଫ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପୋଲିସ ଜଣେ ନାବାଳିକାକୁ ଅପହରଣ କରିଥିବା ଅଭିଯୋଗ ରେ ଜଣକୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାଯାଇଛି I ଯୁବକ ଜଣକ ନାବାଳିକା ସହ ବିଭିନ୍ନ ସମୟରେ ମୋବାଇଲ ଫୋନ ରେ କଥା ହେଉଥିବା ବେଳେ ପରିବାର ଲୋକ ଜାଣିପାରି ତାଙ୍କ ପାଖରୁ ମୋବାଇଲ ଛଡେଇ ନେଇ ଯାଇଥିଲେ I ପରେ ଯୁବକ ଜଣକ ନାବାଳିକାକୁ ବିଭିନ୍ନ ପ୍ରଲୋଭନ ଦେଖାଇବା ସହ ଦୁଇ ଲକ୍ଷ ଟଙ୍କା ଦେବାକୁ କହି ଏକ କାର୍ ରେ ବସାଇ ନେଇ ଯାଇଥିଲେ I ଏହାପରେ ଉକ୍ତ ନାବାଳିକାକୁ ଶହେ ଟଙ୍କା ଦେଇ ବସ ଯୋଗେ ପଠାଇ ମେଟାକାନୀ ରେ ଅପେକ୍ଷା କରିବାକୁ କହି ସେ ବାଇକ ଆଣିବା ବାହାନା କରି ସେଠାରୁ ଚାଲି ଯାଇଥିଲେ l ତବେ ବହୁ ସମୟ ପର୍ଯ୍ୟନ୍ତ ଅପେକ୍ଷା କରି ଯୁବକକୁ ନଦେଖି ନାବାଳିକା ସମ୍ବଲପୁର ଚାଲି ଯାଇଥିଲା I କୌଣସି ସୂତ୍ରରୁ ଖବର ପାଇ ପରିବାର ଲୋକ ଉକ୍ତ ନାବାଳିକାକୁ ସମ୍ବଲପୁର ରୁ ଉଦ୍ଧାର କରିଥିଲେ l ଘଟଣା ସମ୍ପର୍କରେ ନାବାଳିକା ଶନିବାର ଉଲୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ I ଉଲୁଣ୍ଡା ପୁଲିସ ଘଟଣାକୁ ନେଇ ଏକ ମାମଲା ରୁଜୁ କରି ଅପହରଣ କରିଥିବା ଅଭିଯୋଗ ରେ ସମ୍ପୃକ୍ତ ଯୁବକ କୁ ଗିରଫ କରିଥିବା ବେଳେ ଅପହରଣ ସମୟରେ ବ୍ୟବହୃତ କlର କୁ ଯବତ କରିଥିବା ପୁଲିସ ସୂଚନା ଦେଇଛି I