Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଗାଣ ବର୍ଷାରେ କସପଙ୍କା ପୋଲ ଧୋଇଗଲା : ଯାତାୟତ ରେ ବାଧାପ୍ରାପ୍ତ

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିବା ଫଳରେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ହାତୀମୁଣ୍ଡା ପଞ୍ଚାୟତର ଦୁର୍ଗମ ତାମାଙ୍ଗି ଗ୍ରାମକୁ ସଂଯୋଗୀକରଣ କରୁଥିବା କସପଙ୍କାଠାରେ ନବ ନିର୍ମିତ ପୋଲର ସଂଯୋଗୀକରଣ ରାସ୍ତା ଧୋଇହୋଇଯାଇଛି। ଫଳରେ ଉକ୍ତ ରାସ୍ତାଦେଇ ଯାତାୟାତ ଠପ୍‌ ହୋଇଛି। ତାମାଙ୍ଗି ସମେତ କୁମ୍ଭାରିପଦର, ପିଡ଼ିକାରିପି ଗ୍ରାମ ଓ ପର୍ଯ୍ୟଟନକ୍ଷେତ୍ର ଋଷିମାଳକୁ ପର୍ଯ୍ୟଟକ, ଅଞ୍ଚଳବାସୀ ଉକ୍ତରାସ୍ତା ଦେଇ ଯାତାୟାତ କରିପାରୁ ନାହାନ୍ତି। ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଉକ୍ତ ପୋଲ ଓ ରାସ୍ତା ମରାମତି କରିବାକୁ ଅଞ୍ଚଳ ବାସୀଙ୍କ ତରଫରୁ ପ୍ରବଳ ଦାବୀ ହେଉଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ