କଇଁଝର ପଞ୍ଚାୟତ ରେ ଟାୱାର ଅଛି ନେଟ୍ ୱାର୍କ ନାହିଁ


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଟିକାବାଲି ବ୍ଲକ ଅନ୍ତର୍ଗତ କଇଁଝର ଗ୍ରାମପଞ୍ଚାୟତରେ କିଛିବର୍ଷ ହେଲା ବି ଏସ୍ ଏନ୍ ଏଲ୍ ଟାୱାର୍‌ ସ୍ଥାପନ କରାଯାଇଛି । କିନ୍ତୁ ଅଧିକାଂଶ ସମୟରେ ନେଟ କାମ କରୁ ନଥିବାରୁ କଇଁଝର ପଞ୍ଚାୟତ ବାସିନ୍ଦା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ପଞ୍ଚାୟତରେ ୨୫ଟି ୱାର୍ଡ ରହିଥ‌ିବା ବେଳେ ରାଜସ୍ବ ଗ୍ରାମ ୨୯ ଟି ରହିଛି । ଜନସଂଖ୍ୟା ୫,୫୦୦ । ଗ୍ରାମରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ହାଇସ୍କୁଲ ରହିଛି | ହେଲେ ଏଠାରେ ଛାତ୍ରଛାତ୍ରୀ ମାନେ ଅନ୍ ଲାଇନ୍ ମାଧ୍ଯମ ରେ ପାଠପଢାରେ ନେଟ ୱାର୍କ ବାଧା ସାଜିଛି ଜରୁରୀ ପରିସ୍ଥିତିରେ ଫୋନ ଲାଗୁନି | ଏ ସମ୍ପର୍କ ରେ କଇଁଝର ସରପଞ୍ଚ ରୁନିତା କହଁର ବହୁବାର ବ୍ଲକ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନଙ୍କୁ ଲିଖିତ ଭାବରେ ଅଭିଯୋଗ କରିଥିଲେ ହେଁ କେହି ଶୁଣୁ ନଥ‌ିବା ସେ କହିଛନ୍ତି । କଇଁଝର ପଞ୍ଚାୟତ ରେ ବିଏସଏନଏଲ ଟାୱାର କୁ ସଜାଡ଼ିବା ସହ ଜିଓ ଟାଓ୍ବାର ସ୍ଥାପନ ନହେଲେ ଆଗାମି ୨୪ ନିର୍ବାଚନକୁ ଗ୍ରାମବାସି ମାନେ ଭୋଟ ବର୍ଜନ କରିବେ ବୋଲି ଚେତାବନି ଦେଇଛନ୍ତି।