Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୪ ଡକାୟତ ଗିରଫ,ବାଇକ, ମୋବାଇଲ,ସୁନା ଚେନ ଜବତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ର ଘୁ. ଉଦୟଗିରି ବ୍ଲକ ଅନ୍ତର୍ଗତ ମାଲିକାପୋଡି ପଞ୍ଚାୟତର ବାଡେନାଜୁ ସ୍ଥିତ ହେପି ଭେଲ୍ଲୀ ଚିଲଡ୍ରେନ ହୋମରେ ଡକାୟତି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଡକାୟତିରେ ବ୍ୟବହୃତ ଦୁଇଟି ବାଇକ,ଚାରି ଗୋଟି ମୋବାଇଲ ଜବତ କରିବା ସହ, ଲୁଟ ସୁନା ଚେନ ଏବଂ ଦୁଇ ହଜାର ଟଙ୍କା ଉଦ୍ଧାର କରିଛି ଘୁ.ଉଦୟଗିରି ପୋଲିସ । ଚଳିତ ମାସ ୨ ତାରିଖ ରାତିରେ ୪ ଜଣ ମୁଖାଧାରୀ ଯୁବକ ହାତରେ ଭୁଜାଲି ଧରି ଘର ଭିତରେ ପଶି ବନବାସିନୀ ରାଉତଙ୍କ ବେକରେ ପିନ୍ଧିଥ‌ିବା ଏକ ସୁନା ଚେନ ସହ ଦୁଇ ହାଜର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। ଏସଆଇ ଅନନ୍ତ କୁମାର ପ୍ରଧାନ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ସେଇ ଅନୁଷ୍ଠାନ ରେ କାର୍ଯ୍ୟରତ ରାତ୍ର ଜଗୁଆଳି ପୁଷ୍ପକ ପ୍ରଧାନ କୁ ଧରି ପଚରା ଉଚରା ପରେ ଚାରି ଜଣଙ୍କୁ ଦାରିଙ୍ଗବାଡିର ବିଭିନ୍ନ ଅଞ୍ଚଳରୁ ଗିରଫ କରିବାରେ ସଫଳ ହୋଇଥିବା ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଆଇଆଇସି ଅଜୟ ସ୍ବାଇଁ ଏହି ସୂଚନା ପ୍ରଦାନ କରିଛନ୍ତି ।ଗିରଫ ୪ଜଣ ଅଭିଯୁକ୍ତ ହେଲେ ଦାରିଙ୍ଗବାଡି ଥାନା ଅନ୍ତର୍ଗତ କିଲାବାଡି(ଗ୍ରୀନବାଡି)ର ପୁଷ୍ପକ ପ୍ରଧାନ(୩୮), ସିପୁବାଡି(ଦାସିଙ୍ଗବାଡ଼ି)ର ରମେଶ ଚନ୍ଦ୍ର ପ୍ରଧାନ(୪୩), ସଙ୍ଗାରିମାହା(ଗ୍ରୀନବାଡି)ର ସୁନିବ ପ୍ରଧାନ, ଏଲିଅସ ମୁନା(୨୬) ଏବଂ ତପପାଙ୍ଗା(ଗ୍ରୀନବାଡ଼ି) ର ବାମଦେବ ପ୍ରଧାନ(୫୫)କୁ ଗିରଫ କରିବା ସହ ହୋଣ୍ଡା ସିଟି ହୋରନେଟ ବାଇକ ନଂODO7Z0339 ଏବଂ ହୋଣ୍ଡା ସାଇନ ନଂ ଓଡ଼ି 12ଇ 0207 ବାଇକ ସହ ୪ଗୋଟି ମୋବାଇଲ ଜବତ କରିବା ସହ ଲୁଟ ସୁନା ଚେନ ଏବଂ ଦୁଇ ହଜାର ଟଙ୍କା ଉଦ୍ଧାର କରି ୪ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ