Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଲକ ଉପାଧ୍ୟକ୍ଷ ଙ୍କୁ ଅଭିଯୋଗ ପରେ ଆରମ୍ଭ ହେଲା ପୁଝାରି ପଡା ରାସ୍ତା ମରାମତି କାର୍ଯ୍ୟ

କୋକସରା:୨୯/୦୭ କୋକସରା ବ୍ଲକ କାଶିବାହଲ ପଞ୍ଚାୟତ କେନାଲ ଛକ ରୁ ପୁଝାରି ପଡା ଦେଇ ହାଇସ୍କୁଲ ପର୍ଯ୍ୟନ୍ତ ରାସ୍ତା ଅଳ୍ପ ବର୍ଷା ରେ କାଦୁଅ ହୋଇ ପୁଝାରି ପଡା ଗ୍ରାମବାସୀ ଙ୍କ ସମେତ ଏହି ରାସ୍ତା ଦେଇ ପ୍ରତିଦିନ ଯାତାୟାତ କରୁଥିବା ଛାତ୍ରଛାତ୍ରୀ ଓ।ଲୋକଙ୍କ ପାଇଁ ବାଧକ ସାଜିଥିବା ବେଳେ ଏନେଇ ଗତ କିଛିଦିନ ପୂର୍ବରୁ ପୁଝାରି ପଡା ଗ୍ରାମବାସୀ ମାନେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଙ୍କୁ ରାସ୍ତା ମରାମତି କରିବା ପାଇଁ ଅଭିଯୋଗ କରିଥିଲେ। ଲୋକଙ୍କ ସମସ୍ୟା କୁ ଗୁରୁତ୍ୱ ଦେଇ ଉପାଧ୍ୟକ୍ଷ ତ୍ୱରିତ ପଦକ୍ଷେପ ନେଇ ରାସ୍ତା ମରାମତି ପାଇଁ ବ୍ଲକ ଅନୁଦାନ ରୁ ରାସ୍ତା କାର୍ଯ୍ୟ ଆରମ୍ଭ କରିଛନ୍ତି। ଫଳରେ ଏହି ରାସ୍ତା ଦେଇ ଯାତାୟାତ ପାଇଁ ଲୋକେ ସୁବିଧା ପାଇଛନ୍ତି। ବ୍ଲକ ଉପାଧ୍ୟକ୍ଷ ଙ୍କ ତ୍ୱରିତ ପଦକ୍ଷେପ ଯୋଗୁ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଅଞ୍ଚଳ ର ଜନସାଧାରଣ ବ୍ଲକ ପ୍ରଶାସନ ଓ ବ୍ଲକ ଉପାଧ୍ୟକ୍ଷ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories