Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଲମପୁର ଥାନାରେ ଯୋଗଦେଲେ ନୂତନ ଥାନା ଅଧିକାରୀ।

କୋକସର:୨୯/୦୭ କଳାହାଣ୍ଡି ଜିଲ୍ଲା କଲମପୁର ଥାନାରେ ନୂତନ ଆଇଆଇସି ଭାବେ ଶନିବାର ଦିନ ଜିତେନ୍ଦ୍ର କୁମାର ବିଶ୍ୱାଳ ଯୋଗ ଦେଇଛନ୍ତି l ଏହା ପୂର୍ବରୁ ସେ ନୂଆପଡା କୋମନା ଥାନାରେ ଥିଲେ l ଏହି ଅବସର ରେ କଲମପୁର ସାମ୍ବାଦିକଙ୍କ ପକ୍ଷରୁ ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ କୁମାର ପଣ୍ଡା, ଶଙ୍କର୍ଷଣ ବେହେରା, ଦୀପକ ସାହୁ, ଚକ୍ରଧର ନାଏକ କଲମପୁର ଥାନାରେ ନୂତନ ଆଇଆଇସିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ଅଞ୍ଚଳର ଆଇନ ଶୃଙ୍ଖଳା, ଶାନ୍ତି ଶୃଙ୍ଖଳା ସମ୍ପର୍କରେ ଆଲୋଚନା କରିଥିଲେ l କଲମପୁରରେ ଯୋଗ ଦେବାପରେ ଶ୍ରୀ ବିଶ୍ୱାଳ ଅଞ୍ଚଳର ଆଇନ ଶୃଙ୍ଖଳା, ଶାନ୍ତି ଶୃଙ୍ଖଳା ରକ୍ଷା, ଟ୍ରାଫିକ ବ୍ୟବସ୍ଥାରେ ସୁଧାର ପାଇଁ ପ୍ରାଥମିକତା ଦେବେ ବୋଲି ପ୍ରକାଶ କରିଛନ୍ତି l ଏହାସହ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି l
ଫଟୋ -ବସିବ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories