Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସହକାରୀ ଶିକ୍ଷକ ମାର୍କଣ୍ଡ ପାଢ଼ୀ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା….

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ ର ସହକାରୀ ଶିକ୍ଷକ ମାର୍କଣ୍ଡ ପାଢ଼ୀ ସୋମବାର ଚାକିରିରୁ ଅବସର ଗ୍ରହଣ କରିଥିବା ଜଣା ପଡିଛି।ଏହି ଅବସରରେ ଅୟୋଜିତ ଅବସର କାଳୀନ ସମ୍ବର୍ଦ୍ଧନା ସଭା ରେ କର୍ଲାମୁଣ୍ଡା ବ୍ଳକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ ଙ୍କ ସଭାପତି ରେ ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟ କୁମାର ପୁରୋହିତ ସମ୍ମାନିତ ଅତିଥି ଭାବେ କର୍ଲାମୁଣ୍ଡା ଗ୍ରାମ ପଞ୍ଚାୟତ ର ସରପଞ୍ଚ ସ୍ଵଣ୍ଣଲତା ସାହୁ, ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶନ୍ନ କୁମାର ପ୍ରଧାନ,ତେରେସିଙ୍ଗା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗରୁଡଧ୍ୱଜ ଗହିର ପ୍ରମୁଖ ଯୋଗ ଦେଇ ବିଦାୟୀ ଶିକ୍ଷକ ଙ୍କ କର୍ତ୍ତବ୍ୟ ନିଷ୍ଠା ଓ ଉତ୍ତମ ଶିକ୍ଷକତା କୁ ପ୍ରଂଶସା କରିବା ସହ ସମ୍ବର୍ଦ୍ଧନା ଜଣାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଦିନବନ୍ଧୁ ସାହୁ(ଘିନୁ)ରଶ୍ମି କାନ୍ତ ସାହୁ, ଅମ୍ବିଲାଲ ସାହୁ,ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ପବିତ୍ର ମୋହନ ପଶା,ଅବସର ପ୍ରାପ୍ତ ହିନ୍ଦୀ ଶିକ୍ଷକ ବସନ୍ତ କୁମାର ପଟ୍ଟନାୟ,ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ ପ୍ରଦୀପ୍ତ କୁମାର ଷଡ଼ଙ୍ଗୀ, ଜୋରାଡବରା ହାଇ ସ୍କୁଲ ର ହିନ୍ଦୀ ଶିକ୍ଷକ ଶେଷଦେଵ ଭୋଇ, ରେଗଡା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶୈଳେନ୍ଦ୍ର କୁମାର ନାଏକ, ବିଜ୍ଞାନ ଶିକ୍ଷକ ଲଳିତ କୁମାର ସାହୁ,ରିଂଜା ହାଇ ସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷକ ରାମ ଚନ୍ଦ୍ର ରଥ, ହିନ୍ଦୀ ଶିକ୍ଷକ ଅରବିନ୍ଦ ସାହୁ, ଗଣିତ ଶିକ୍ଷକ ସୁରେଶ ଚନ୍ଦ୍ର ମିଶ୍ର,ଗଜବାହଲ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ମଧୁସୂଦନ ପଧାନ,ବାଞ୍ଜିପଦର ଉନ୍ନିତ ହାଇ ସ୍କୁଲର ପ୍ରଧାନ ଶିକ୍ଷକ ରୁପା ଚନ୍ଦ୍ର ସାହୁ,ରିଷିଡା ସରକାରୀ ଉଚ୍ଚ ବିଦ୍ୟାଳୟ ରିଷିଡା ର ପ୍ରଧାନ ଶିକ୍ଷୟିତ୍ରୀ ପ୍ରିୟତମା ଜେନା ଙ୍କ ସମେତ ବିଦ୍ୟାଳୟ ର ଛାତ୍ରୀ/ଛାତ୍ର ପରିଚାଳନା କମିଟିର ସଦସ୍ୟ/ସଦସ୍ୟା ଓ ଅନ୍ୟାନ୍ୟ ହାଇ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ରାଉତ ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ