Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ନାତକ ମହିଳା ମହାବିଦ୍ୟାଳୟରେ ସମ୍ବଲପୁରୀ ଦିବସ୍

ବରପାଲି: ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ସମ୍ବଲପୁରୀ ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ସଭାପତିତ୍ବରେ ସମ୍ବଲପୁରୀ ଭାଷା ସାହିତ୍ୟ ସମ୍ବିଳନୀ ଭିତ୍ତିକ ଏକ ସାରସ୍ବତ ସଭା ଆୟୋଜିତ ହୋଇଥିଲା। ଓଡ଼ିଆ ଅଧ୍ୟାପକ ଯତିନ୍ର୍ଦ କୁମାର ସାହୁଙ୍କ ସଂଯୋଜନାରେ ସଭାକାର୍ଯ୍ଯ ପରିଚାଳିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା ଯୋଗ ଦେଇ ପଶ୍ଚିମାଞ୍ଚଳର ସମ୍ବଲପୁରୀ ସାହିତ୍ୟର ମାର୍ମିକ ତଥ୍ଯ ବ୍ଯବହାର୍ଯ୍ଯ ଉତ୍ସବ,ପାର୍ବଣ ଓ ସଂଷ୍କାର ଉପରେ ଆଲୋଚନା କରିବା ସହିତ ଭାଷା ସାହିତ୍ଯର ମହାରଥି ସର୍ଗତଃ ସତ୍ୟ ନାରାୟଣ ବହିଦାର, ନୀଳ ମାଧବ ପାଣିଗ୍ରାହୀ, ହଲଧର୍ ନାଗ,ପ୍ରୟାଗ ଦତ୍ତ ଯୋଶୀ ମାନଙ୍କ ଅବଦାନ ଉପରେ ଉପସ୍ଥାପନ କରିଥିଲେ। ସଂସ୍କୃତିର ଅନ୍ତନିହିତ ବାସ୍ତବ ଲୁକ୍କାୟିତ ସଂସ୍କୃତି ରୂପକ ପ୍ରସଙ୍ଗକୁ ନେଇ ଆଲୋଚନା କରିଥିଲେ। ପରିଶେଷରେ ଅଧ୍ୟାପିକା ନିଳୀମା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପିକା ଅଙ୍କିତା ବାବୁ, ପିଙ୍କି ବାରିକ୍,ଜ୍ୟୋତି ସାହୁ,ମୌସୁମୀ ମାଝୀ,ସହକର୍ମୀ ଶଶାଙ୍କ ଶେଖର ପଧାନ, ସାର୍ଥକ ପାଣିଗ୍ରାହୀ,ବିରେନ୍ଦ୍ର ଖଟୁଆ,ନୃପରାଜ୍ ଭୁଏ,ତ୍ରିପୁରା ବେହେରାଙ୍କ ସମେତ ଛାତ୍ରୀ ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ