Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ତମାଖୁ ବର୍ଜନ ଶପଥ ଦିବସ,

ବେଲଗୁଣ୍ଠା, 01/08,ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ତରଫରୁ ତମାଖୁ ବର୍ଜନ ନିମନ୍ତେ ଏକ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟାପକ ଡ. ଗୁରୁମୂର୍ତ୍ତୀ ନାୟକ, ଅଶୋକ କୁମାର ସ୍ୱାଇଁ, ଅଜୟ କୁମାର ବିଶ୍ୱାଳ, ରଜତ କୁମାର ଆରୁଖ,ଅଧ୍ୟାପିକା ପିଙ୍କି ପାତ୍ର,ସାମ୍ବାଦିକ ଶିବରାମ ଚୌଧୂରୀ ପ୍ରମୁଖ ମଞ୍ଚାସୀନ ଥିଲେ I ଜାତୀୟ ସେବା ଯୋଜନା ୟୁନିଟ୍-1 ର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ସପନ କୁମାର ପ୍ରଧାନଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ନିଶା ସେବନ ଯୋଗୁଁ ମନୁଷ୍ୟର ଜୀବନ ଦୂର୍ବିସହ ହୋଇପଡ଼ିବା ସହିତ ପରିବାରର ସଦସ୍ୟ ସଦସ୍ୟା ମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇ ପରିବାର ଉଜୁଡ଼ି ଯାଏ ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ I ଅଧ୍ୟାପକ ସପନ କୁମାର ପ୍ରଧନ ଧନ୍ୟବାଦ ଜ୍ଞାପନ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ