Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ରାଜପଥ କଡ଼ ଗୋବିନ୍ଦ ନଗର ଛକ ରୁ ଯୁବକଙ୍କ କ୍ଷତାକ୍ତ ଶବ ଉଦ୍ଧାର।

ଗୋପାଳପୁର ,୦୧/୦୮ ଗୋଳନ୍ଥରା ଥାନା ଅଧିନସ୍ଥ ଗୋବିନ୍ଦନଗର ଛକ ଇଣ୍ଡିଆନ ଓଏଲ ପେଟ୍ରୋଲ ପମ୍ପ ତଥା ୧୬ ନଂ ଜାତୀୟ ରାଜପଥ କଡ଼ରୁ ଏକ ଯୁବଙ୍କ ମୃତ୍ୟୁ ଦେହ କୁ ଗୋଳନ୍ଥରା ପୋଲିସ ଉଦ୍ଧାର କରିଛି l ମୃତ୍ୟୁ ଜଣକ ହେଲେ ଶ୍ରୀକାକୁଲମ ଜିଲା ଇଚ୍ଛାପୁର ଥାନା ଅଧିନସ୍ଥ ରତକନ୍ନ ଏମ ତିରୁପତି (୩୫) ବୋଲି ପୋଲିସ ସୂଚନା ଦେଇଛି l ସୂଚନା ଅନୁସାରେ ରେ ଇଚ୍ଛାପୁରା ଥାନା ଅନ୍ତର୍ଗତ ରତକାନ୍ନର ଏମ.ତିରୁପତି କନିସିରେ ଥିବା ସମ୍ପର୍କୀୟ ଘରକୁ ଯାଉଥିବା ବେଳେ ଜାତୀୟ ରାଜପଥ ଗୋବିନ୍ଦନଗର ନିକଟରେ ଥିବା ଏକ ପେଟ୍ରୋଲ ପମ୍ପ ସମ୍ମୁଖ ରାସ୍ତାରେ ସୋମବାର ରାତି ରେ କୌଣସି ଏକ ଅଜଣା ଗାଡି ତିରୁପତିଙ୍କୁ ଧକ୍କା ଦେଇ ଚାଲି ଯାଇଥିବା ଜଣାପଡିଛି l ଗୁରୁତର ଅବସ୍ଥାରେ ତିରୁପତି ରାସ୍ତା ପାର୍ଶ୍ୱରେ ରେ ପଡି ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ l ମଙ୍ଗଳବାର ସକାଳେ ଖବର ପାଇ ଆଇପିଏସ ପ୍ରବେଶନ ଅଙ୍କିତ କୁମାର ବର୍ମା ଓ ଇନ୍ସପେକ୍ଟର ବିବେକାନନ୍ଦ ମହନ୍ତ ଏସଆଇ ଜ୍ଞାନ ରଞ୍ଜନ ସାହୁ ଓ ଅନ୍ୟ ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ lଘଟଣା ନେଇ ତିରୁପତିଙ୍କ ଭାଇ ଏମ. ନର୍ସିଙ୍ଗୁଲୁ ଗୋଳନ୍ଥରା ଥାନା ରେ ଲିଖିତ ନେଇ ଅଭିଯୋଗ କରିଥିଲେ lଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ୩୬୯/୨୩ ପ୍ରକାରେ ଦୁର୍ଘଟଣା ମାମଲା ରୁଜୁ କରିଛି l ମୃତ୍ୟୁ ଦେହଙ୍କୁ ପୋଲିସ ଜବତ କରିବା ସହ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲ କୁ ପଠେଇଛି l ବ୍ୟବଛେଦ ପରେ ତିରୁପତିଙ୍କ ମୃତ୍ୟୁ ଦେହକୁ ସନ୍ଧ୍ୟାରେ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି l ବ୍ୟବଛେଦ ରିପୋର୍ଟର ଆସିଲେ ମୃତ୍ୟୁ କାରଣ ସ୍ପଷ୍ଟ ହେବା ପୋଲିସ ସୂଚନା ଦେଇଛି lଅନ୍ୟ ପଟେ ପୁଲିସ ପକ୍ଷରୁ ଦୁର୍ଘଟଣା ସ୍ଥଳରେ ଥିବା ପେଟ୍ରୋଲ ପମ୍ପ ସମେତ ଅନ୍ୟ ସ୍ଥାନର ସିସିଟିଭି ଫୁଟେଜ ସଂଗ୍ରହ କରି ତଦନ୍ତ କରୁଥିବା ଜଣାପଡିଛି।