Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଘୁଚାପ ବର୍ଷାରେ ଖଡ଼ିଆଳ ଠାରୁ ଉପଖଣ୍ଡ ଚିକିତ୍ସାଳୟ ରାସ୍ତା ଶୋଚନୀୟ

ଖଡ଼ିଆଳ : ଖଡ଼ିଆଳ ସହର ଠାରୁ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ବେହାଲ ହୋଇପଡିଛି । ପିଚୁ ରାସ୍ତାର ଦୁଇ କଡ଼ରେ ବଡ଼ ବଡ଼ ଗର୍ତ ସୃଷ୍ଟି ହୋଇଛି । ବର୍ଷାରେ ଗର୍ତ ମାନଙ୍କରେ ପାଣି ଜମା ହୋଇ ଯାଇଛି । ଯାହାଫଳରେ ଯାନବାହାନ ଯାତାୟାତ ବେଳେ ଅନେକ ଅସୁବିଧା ହେଉଥିବା ବେଳେ ଯାନବାହାନ ଗୁଡ଼ିକ ଗର୍ତ୍ତରେ ପଡି ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଏହି ରାସ୍ତା ଗତବର୍ଷ ନିର୍ମାଣ ହୋଇଥିବା ବେଳେ ଅତ୍ୟନ୍ତ ନିମ୍ନମାନର ନିର୍ମାଣ ହୋଇଥିବାରୁ ଏପରି ସମସ୍ୟା ଦେଖାଦେଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସୂଚନା ଥାଉକି ଖଡ଼ିଆଳ ଉପଖଣ୍ଡ ହସ୍ପିଟାଲକୁ ଖଡ଼ିଆଳ ଏନଏସି, ଖଡ଼ିଆଳ ଗ୍ରାମାଞ୍ଚଳ, ସିନାପାଲି ସମେତ ବଲାଙ୍ଗିର ଜିଲାର ତୁରେକେଲା, ବଙ୍ଗୋମୁଣ୍ଡା , କଳାହାଣ୍ଡି ଜିଲାର ଗୋଲାମୁଣ୍ଡା ଓ ଛତିଶଗଡ଼ ରାଜ୍ୟର ଦେଓଭୋଗ ଅଞ୍ଚଳର ଲୋକେ ନିର୍ଭର କରିଥାନ୍ତି । ପ୍ରତିଦିନ ୨୦୦ ରୁ ୩୦୦ ସହ ରୋଗୀ ଆସି ଚିକିତ୍ସା ହେଉଛନ୍ତି । ଯାହାଫଳରେ ହସ୍ପିଟାଲ ରାସ୍ତା ଠିକ ନଥିବାରୁ ରୋଗୀ ମାନଙ୍କୁ ଅନେକ ସମସ୍ୟା ଦେଖାଯାଉଛି । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।