Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବର୍ଷା ବିତ୍ପାତ, ଭାଙ୍ଗିଲା ଘର ବେସାହାରା ହେଲେ ପରିବାର

କୋକସରା:୦୨/୦୮ ଗତ ତିନିଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ଅନେକ ସ୍ଥାନରେ ବର୍ଷ କାରଣରୁ କ୍ଷୟକ୍ଷତି ଦେଖିବାକୁ ମିଳିଛି। କୋକସରା ବ୍ଲକ ବରାଡୋଙ୍ଗା ପଂଚାୟତ ବରାଡୋଙ୍ଗା ଗ୍ରାମର ଜୟସେନ ମାଝୀ ଙ୍କ ମାଟି ଘର ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ଭାବେ ଭୁଶୁଡି ପଡିଥିବା ଦେଖିବାକୁ ମିଳିଛି,ଫଳରେ ପରିବାର ବେସାହାରା ହୋଇ ଅନ୍ୟ ଘରେ ଆଶ୍ରୟ ନେଇଛନ୍ତି, ଜୟାସେନ ମାଝୀ ଗରିବ ଶ୍ରେଣୀର ହୋଇଥିବା ବେଳେ ତାଙ୍କୁ ଏଯାଏଁ ଆଵାସ ଯୋଜନାରେ ମଧ୍ୟ ଘର ମିଳିନାହିଁ, ଫଳରେ ମାଟି କୁଡିଆ ଘରେ ସ୍ୱାମୀ ସ୍ତ୍ରୀ ଦୁଇ ପ୍ରାଣୀ ରହୁଥିଲେ, ତେବେ ଗତ ସୋମବାର ଦିନ ଲଗାଣ ବର୍ଷା ରେ ଘର ଟି।ଭୁଶୁଡି ପଡିଥିବା ଜଣାପଡିଛି। ବର୍ଷା ରେ ଘର ନଷ୍ଟ ପରେ ଘରେ ଥିବା ଚାଉଳ, ଆସବାବପତ୍ର ମଧ୍ୟ ନଷ୍ଟ ହୋଇଥିବା ଜଣାପଡିଛି। ଅନ୍ୟପକ୍ଷରେ ଏନେଇ ଲଡୁଗାଁ ରାଜସ୍ବ ନିରୀକ୍ଷକା ଙ୍କୁ ଅଭିଯୋଗ ପରେ ରାଜସ୍ୱ ନିରୀକ୍ଷକା ମମତା ସାଏ ଜଣେ କର୍ମଚାରୀ ଙ୍କୁ ପଠାଇ ଘଟଣା ର ସ୍ଥିତି ସମ୍ପର୍କିତ ରିପୋର୍ଟ ଦେବାକୁ କହିବା ସହ ସରକାରୀ ଭାବେ ଯାହା କ୍ଷତିପୂରଣ ରହିଛି ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଏନେଇ ବରାଡୋଙ୍ଗା ସରପଞ୍ଚ ନିରୂପମା ସେଠି ଙ୍କ।ପ୍ରତିକ୍ରିୟା ନେବାରୁ ଆଵାସ ଘର ରେ ତାଙ୍କ ଲିଷ୍ଟ ନାହିଁ, ଘର ପାଇଁ ଆବେଦନ କଲେ ପରବର୍ତ୍ତୀ ସମୟରେ ଆବାସ ଯୋଜନାରେ ସାମିଲ କରାଯିବ ବୋଲି କହିଛନ୍ତି।ତେବେ ଜଣେ ବାସହିନ ପରିବାର କୁ ତୁରନ୍ତ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ