Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ମନ୍ତ୍ରୀ ଅମିତ୍ ଶାହ, ପ୍ରସ୍ତୁତ ହେବ ରଣନୀତି !

ଭୁବନେଶ୍ଵର: ସାଧାରଣ ନିର୍ବାଚନକୁ ଆଉ କେଇଟା ମାସ ବାକି ରହିଛି। ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ରଣନୀତି ପ୍ରସ୍ତୁତିରେ ଜୁଟି ଯାଇଛି। ଏହି କ୍ରମରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ଶାହ ଶୁକ୍ରବାର ଭୁବନେଶ୍ଵର ପହଞ୍ଚିବେ। ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ । ଏହାସହ ଦଳୀୟ କର୍ମକର୍ତ୍ତାଙ୍କ ସହ ବୈଠକ କରିବା ନେଇ ସୂଚନା ।

ଦଳୀୟ ସୂତ୍ର ଅନୁଯାୟୀ, ଶାହ ଶୁକ୍ରବାର ରାତିରେ ଭୁବନେଶ୍ଵର ପହଞ୍ଚିବେ ଏବଂ ଶନିବାର ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ଶନିବାର ଅପରାହ୍ନ 3ଟାରୁ 5ଟା ମଧ୍ୟରେ ଶାହା ବିଜେପି ରାଜ୍ୟ ମୁଖ୍ୟାଳୟରେ ପାର୍ଟି କାର୍ଯ୍ୟକ୍ରମରେ ଯୋଗ ଦେବେ। ଏଥିରେ ରାଜ୍ୟ ବିଜେପିର ବରିଷ୍ଠ ନେତୃବୃନ୍ଦ ଯୋଗଦେବେ । ପୁଣି ସେହି ଦିନ ଦିଲ୍ଲୀ ଫେରିଯିବେ।

ସେଥିରେ ଆଗାମୀ ୨୦୨୪ ନିର୍ବାଚନରେ ଦଳୀୟ ରଣନୀତି ନେଇ ଆଲୋଚନା କରାଯିବ । ଏହା ପୂର୍ବରୁ ଶାହଙ୍କ ଜୁନ ୧୭ରେ ଓଡ଼ିଶା ଆସିବର କାର୍ଯ୍ୟକ୍ରମ ଥିଲା। ମହା ଜନସମ୍ପର୍କ ଅଭିଯାନରେ ଢେଙ୍କାନାଳରେ ହେବାକୁ ଥିବା ଜନସମାବେଶରେ ସାମିଲ୍ ହେବାର ଥିଲା। କିନ୍ତୁ ମଣିପୁର ହିଂସା କାରଣରୁ ତାଙ୍କର ଗସ୍ତ ବାତିଲ୍ ହୋଇଥିଲା।

ବିଜେପି ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ମହା ଜନସମ୍ପର୍କ ଅଭିଯାନ କରୁଛି ଦଳ । ଏହା ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦୁଇ ଦିନିଆ ଓଡ଼ିଶା ଗସ୍ତ କରିଥିଲେ। ସେ ଦଳୀୟ କାର‌୍ୟ୍ୟକ୍ରମରେ ଯୋଗ ଦେଇ କର୍ମୀଙ୍କୁ ତୃଣମୂଳ ସ୍ତରରେ କାମ କରିବାକୁ ଆହ୍ଵାନ ଦେଇଥିଲେ। ଏବେ ଶାହଙ୍କ ଓଡ଼ିଶା ଗସ୍ତକୁ ନେଇ ଓଡ଼ିଶା ବିଜେପି କର୍ମୀଙ୍କ ମହଲରେ ଉତ୍ସାହ ଦେଖିବାକୁ ମିଳିପାରେ।