Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିକ୍ଷକ ସଂଘ ର ପ୍ରସ୍ତୁତ ବୈଠକ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପ୍ରାଥମିକ ସଂଘ ପକ୍ଷରୁ ବ୍ଳକ ସଦର ସ୍ଥିତ ଯୁକ୍ତ ଦୁଇ ମହାବିଦ୍ୟାଳୟ ପରିସରରେ ଆସନ୍ତା ଶନିବାର ତିନି ଦଫା ଦାବି ନେଇ ହେବାକୁ ଥିବା ଶୋଭାଯାତ୍ରା ଅୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଗୁରୁବାର ଅନୁଷ୍ଠିତ ହୋଇଥିଲା।ଏଥିରେ ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରୋହିତ କୁମାର ରଣା ଙ୍କ ସଭାପତି ତ୍ୱରେ କର୍ଲାମୁଣ୍ଡା ବ୍ଳକ ସଂପାଦକ ସୁଦର୍ଶନ ସାହୁ,କେସିଙ୍ଗା ବ୍ଳକ ସମ୍ପାଦକ କୁଶ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ଆଗାମୀ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା ସହ ତିନି ଦଫା ଦାବି ପତ୍ର ମୁଖ୍ୟମନ୍ତ୍ରୀ /ଗଣ ଶିକ୍ଷା ମନ୍ତ୍ରୀ/ମୁଖ୍ୟ ଶାସନ ସଚିବ ଓ ଗଣ ଶିକ୍ଷା ସଚିବ ଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆ ଯାଇଥିବା ସଂଘ ପକ୍ଷରୁ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମ ରେ ଶିକ୍ଷକ ଉଜ୍ଜ୍ୱଳ କୁମାର ସାହୁ ସଂଯୋଜନା କରିଥିବା ବେଳେ ସୁଦର୍ଶନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ କ୍ଷୀର ସାଗର ସାହୁ,ରୂପାଧର କୁମାର, ଦୁଷ୍ମନ୍ତ ଲେଙ୍କା,ବିଭୁତି ସେଠ,ମନୋଜ କୁମାର ମିଶ୍ର, ତୁଲାମତି ସାହୁ,ମନୋଜ ଦାସ, ପ୍ରସନ୍ନ କୁମାର ସାହୁ, ରାଉତ ସୁନା, ରିଟନ୍ ନାଗ,ଫକୀର ଭୋଇ, ଜିତେନ୍ଦ୍ର ସାହୁ,ଅଭିମନ୍ୟୁ ରଣା, ଐଶ୍ୱର୍ଯ୍ୟ ସାହୁ,ଥବିର ଭୋଇ, କିଶୋର କୁମାର ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ