Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗ୍ରାହକ ଙ୍କ ଲକ୍ଷାଧିକ ଟଙ୍କା ନେଇ ଗ୍ରାହକ ସେବାକେନ୍ଦ୍ର ପରିଚାଳକ ଫେରାର ଘଟଣା, ପୁଲିସ ତଦନ୍ତ ପ୍ରକ୍ରିୟା କୁ ନେଇ ବଢୁଛି ଅସନ୍ତୋଷ

କୋକସରା:୦୫/୦୮ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଷ୍ଟେଟ ବ୍ୟାଙ୍କ ଅଧୀନରେ ଥିବା ବଡ଼ ପୋଡ଼ାଗୁଡା ଗ୍ରାହକ ସେବାକେନ୍ଦ୍ର ର ପରିଚାଳକ ଜଗଦୀଶ ଚନ୍ଦ୍ର ସିଂ ବ୍ୟାଙ୍କ ଅନେକ ଜମାକାରୀ ଙ୍କ ପ୍ରାୟ ଲକ୍ଷାଧିକ ଟଙ୍କା ଗ୍ରାହକ ଙ୍କ ଅଜାଣତରେ ଆଧାର ସଂଯୋଗ ଥିବା ଟିପଚିହ୍ନ ରେ ଜାଲିଆତି କରି ଫେରାର ମାରିବା ପରେ ଜମାକାରୀ ମାନେ ସେବାକେନ୍ଦ୍ର ରେ ତାଲା ପଡିଥିବା ଓ ଜଗଦୀଶ ର ମୋବାଇଲ ବନ୍ଦ ରହିଥିବା ଦେଖି ଜମାକାରୀ ଙ୍କ ମଧ୍ୟରେ ସନ୍ଦେହ ହୋଇଥିଲା, ପରେ ସେମାନଙ୍କ ଜମାଖାତା ଯାଞ୍ଚ କରିବାରୁ ଅନେକ ଜମାକାରୀ ଙ୍କ ଜମାଖାତା ରେ ଥିବା ଟଙ୍କା ସେମାନଙ୍କ ଅଜାଣତରେ ଉଠାଣ ହୋଇଥିବା ଜଣାପଡିଥିଲା।ପରେ ଏନେଇ ଜମାକାରୀ ମାନେ ସ୍ଥାନୀୟ ଆମପାଣି ବ୍ୟାଙ୍କ ରେ ଶାଖା ପରିଚାଳକ ଙ୍କୁ ଅଭିଯୋଗ ପରେ ବ୍ୟାଙ୍କ ପକ୍ଷରୁ ଗ୍ରାହକ ମାନଙ୍କୁ ଟଙ୍କା ଫେରି ପାଇବା ନେଇ କୌଣସି ପ୍ରତିଶୃତି ନ ମିଳିବାରୁ ଜମାକାରୀ ମାନେ ଆମପାଣି ପୋଲିସ ରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ରେ ୨୦/୨୫ ଜଣ ଜମାକାରୀ ଅଭିଯୋଗ କରିଥିବା ସୂଚନା ମିଳିଛି।ହେଲେ ଘଟଣା କୁ ସପ୍ତାହେ ରୁ ଉର୍ଦ୍ଧ ହୋଇଥିଲେ ମଧ୍ୟ।ପୋଲିସ ପକ୍ଷରୁ ତଦନ୍ତ ପ୍ରକ୍ରିୟା ରେ ଶିଥିଲତା ନେଇ ଅଭିଯୋଗ କାରୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୋଲିସ ର ତଦନ୍ତ ପ୍ରକ୍ରିୟା ରେ ଅସନ୍ତୋଷ ପ୍ରକାଶ କରି କୋକସରା ବ୍ଲକ ପ୍ରଶାସନ ନିକଟରେ ମଧ୍ୟ କିଛି ଆଵାସ ଯୋଜନାରେ ଘର ପାଇଥିବା ହିତାଧିକାରୀ ମାନେ ମଧ୍ୟ ଠକାମୀ ର ଶିକାର ହୋଇ ଶନିବାର ଅଭିଯୋଗ କରିଛନ୍ତି।ଏନେଇ କୋକସରା ବିଡ଼ିଓ ଉତ୍ତମ ବାଗ ଙ୍କ ପ୍ରତିକ୍ରିୟା ନେବାରୁ ଗ୍ରାହକ ସେବାକେନ୍ଦ୍ର ପରିଚାଳକ ଙ୍କ ନାଁ ରେ ପ୍ରଶାସନ ପକ୍ଷରୁ ପୋଲିସ ରେ ଅଭିଯୋଗ କରାଯାଇଛି ବୋଲି କହିଥିବା ବେଳେ ଅନେକ ଗରିବ ନିରୀହ ହିତାଧିକାରୀଙ୍କ ଆଵାସ ଯୋଜନା, କୃଷି ଋଣ, ଫାଇନାନ୍ସ ଋଣ ର ଲକ୍ଷାଧିକ ଟଙ୍କା ଉଠାଣ କରି ଫେରାର ଥିବା ଜଗଦୀଶ କୁ ପୋଲିସ କେବେ ଧରିବାରେ ସଫଳ ହେଉଛି ତାହା କୁ ନେଇ ଟଙ୍କା ହରାଇଥିବା ଜମାକାରୀ ମାନେ ଅପେକ୍ଷା କରିଥିବା ବେଳେ ତାଙ୍କ ଟଙ୍କା ଫେରି ପାଇବେ କି ନାହିଁ ସେନେଇ ଆଶଙ୍କା ମଧ୍ୟରେ ରହିଛନ୍ତି। ତେବେ ପୋଲିସ ପ୍ରଶାସନ ତଦନ୍ତ ପ୍ରକ୍ରିୟା କୁ ତ୍ୱରାନ୍ୱିତ କରି ଶୀଘ୍ର ଫେରାର ଥିବା ଜଗଦୀଶ ଚନ୍ଦ୍ର ସିଂ କୁ ଧରିବା ସହ ଜମାକାରୀ ଙ୍କ ଟଙ୍କା କେମିତି ଫେରି ପାଇବେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜମାକାରୀ ମାନେ ଦାବି କରିଛନ୍ତି।