Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଭିନ୍ନ ସ୍ଥାନରେ ବବିଶ୍ୱ ଆଦିବାସୀ ଦିବସ ପାଳିତ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ବିଭିନ୍ନ ସ୍ଥାନରେ ବୁଧବାର ବିଶ୍ୱ ଆଦିବାସୀ ଦିବସ ପାଳନ ହୋଇଯାଇଛି।ଏହି ଅବସରରେ ବ୍ଳକ ସଦର ସାଧାରଣ ପଡ଼ିଆଠାରେ ବ୍ଳକ ଆଦିବାସୀ ସଂଘ ସଭାପତି ସୁରେନ୍ଦ୍ର ଭୋଇ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ କର୍ଲାମୁଣ୍ଡା ତହସିଲଦାର ମିଳନ କୁମାର ଝାଙ୍କର, ସମ୍ମାନୀତ ଅତିଥି ଭାବେ ବ୍ଳକ ସମ୍ପାଦକ ଗୋବିନ୍ଦ ଭୋଇ, କୋଷାଧ୍ୟକ୍ଷ ନରେନ୍ଦ୍ର ଶବର, କର୍ଲାମୁଣ୍ଡା ବ୍ଲକ ଗଣ୍ଡୱାନା ସମାଜ ସଭାପତି ପର୍ଧିଆ ଧରୁଆ, ସମ୍ପାଦକ ସହଦେବ ଧରୂଆ , କେସିଙ୍ଗା ବ୍ଲକ ମାଝୀ ପ୍ରଗଣା ସଭାପତି ଧୀରେନ୍ଦ୍ର ମାଝୀ କର୍ଲାମୁଣ୍ଡା ବ୍ଲକ ରେ କାର୍ଯ୍ୟରତ କନିଷ୍ଟ ଯନ୍ତ୍ରୀ ଶିଶିର ଶବର, ଓ ଲଲିନ୍ଦ୍ର କିଶାନ, ଶିକ୍ଷକ ମଧୁସୂଦନ ଧରୁଆ ପ୍ରମୁଖ ଯୋଗ ଦେଇ ବିଶ୍ଵ ଆଦିବାସୀ ଦିବସ ପାଳନ ର ତାପ୍ତର୍ୟ୍ଯ କହିବା ସହ ଶିକ୍ଷା କ୍ଷେତ୍ରରେ ଆଗକୁ ଗଲେ ହିଁ ଆମେ ଉନ୍ନତୀ କରିପାରିବା ବୋଲି ମତପ୍ରକାଶ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜଗନ୍ନାଥ ଭୋଇ, ପବିତ୍ର ଭୋଇ, ଚୈତନ୍ୟ ଭୋଇ, ବବ୍ରୁବାହନ ଭୋଇ, ପ୍ରୁଥିରାଜମାଝୀ, ଅର୍ଜୁନ ଭୋଇ, ମକୁନ୍ଦ ମାଝୀ, ମହେନ୍ଦ୍ର ପ୍ରଧାନୀ ,ଜଳନ୍ଧର ଭୋଇ ଙ୍କ ସମେତ ଅନ୍ୟ ନେତ୍ରୁ ମଣ୍ଡଳ ଯୋଗ ଦେଇ ଥିଲେ। ସେହିପରି ଜୋରାଡବରା ପଞ୍ଚାୟତ କନ୍ଧ ସମାଜ ପକ୍ଷରୁ ମଧ୍ୟ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି।ଏଥିରେ କନ୍ଧ ସମାଜ ର ବରିଷ୍ଠ ସଭ୍ୟ ସନ୍ତୋଷ କୁମାର ଭୋଇ ଙ୍କ ସଭାପତି ତ୍ୱ ରେ ଅତିଥି ଭାବେ କନ୍ଧ ସମାଜ ସମ୍ପାଦକ ନନ୍ଦି କିଶୋର ମାଝୀ,ଯୁଗ୍ମ ସମ୍ପାଦକ ସମରେନ୍ଦ୍ର ସିଂ ମାଝୀ, କୋଷାଧ୍ୟକ୍ଷ ଜଳନ୍ଧର ଭୋଇ ଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ