Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏସବିଆଇ ବ୍ୟାଙ୍କ ଋଣ ଖିଲାପି ଙ୍କ ଘର ଜବତ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେ ଜଣେ ବ୍ୟକ୍ତି ବ୍ୟାଙ୍କ ଋଣ ନେଇ ପରିଶୋଧ ନ କରିବାରୁ ,ତାଙ୍କ ଘର ଜବତ ହେବା ଘଟଣା ଅଞ୍ଚଳରେ ଆଲୋଚନା ର ବିଷୟ ପାଲଟିଛି।ସୂଚନା ମତେ ଏହି ବ୍ଳକ ର ରେଙ୍ଗାଲି ଗ୍ରାମର ମନୋଜ କୁମାର ସାହୁ ଓ ତାଙ୍କ ପିତା ଗଣ୍ଡଦୀପ ସାହୁ ନାମକ ବ୍ୟକ୍ତି ମନୋଜ ଡେଲି ନିଡ୍ସ ନାଁ ରେ ଗତ ୧୪/୩/୨୦୧୫ ରେ ନଅ ଲକ୍ଷ ଟଙ୍କା ଋଣ ଓ ଗତ ୧୯/୮/୨୦୧୫ ମସିହାରେ ଗୃହ ଋଣ ବାବଦକୁ ୭ ଲକ୍ଷ ଟଙ୍କା କର୍ଲାମୁଣ୍ଡା ଭାରତୀୟ ଷ୍ଟେଟ ବ୍ୟାଙ୍କ ଠାରୁ ଋଣ ନେଇ ପରିଶୋଧ କରୁନଥିଲେ।ଯାହା କି ବର୍ତ୍ତମାନ ସୁଦ୍ଧା ଦୁଇଟି ଋଣ ର ମୂଳ ସୁଧ ମିଶି ମୋଟ ୩୦ ଲକ୍ଷ୭୩ ହଜାର ୬୩ ଟଙ୍କା ହୋଇଥିବା ବ୍ୟାଙ୍କ ସୂତ୍ରରୁ ଜଣାପଡ଼ିଛି।ତେବେ ବ୍ୟାଙ୍କ ପକ୍ଷରୁ ବାରମ୍ବାର ନୋଟିସ ଓ ଜିଲ୍ଲାପାଳ ଙ୍କ ନୋଟିସ ସତ୍ୟେ ମନୋଜ ଋଣ ପରିଶୋଧ ନ କରିବାରୁ ମଙ୍ଗଳବାର ମାଜିଷ୍ଟ୍ରେଟ ତଥା ତହସିଲଦାର ମିଳନ କୁମାର ଝାଙ୍କର, ପୋଲିସ ଏସଆଇ ବଂଶୀଧର ସାମଲ, ଏସବିଆଇ ଭବାନୀପାଟଣା ର ଆଞ୍ଚଳିକ ବ୍ୟବସାୟିକ କାର୍ଯ୍ୟଳୟ ଅଧିକାରୀ ବିପିନ ବିହାରୀ ଦଳପତି, ଋଣ ଆଦାୟକାରି ସଂଥା ଏସବି ରେଯ୍ୟୁଲେସନ ରୁ ସମୀର ବେହେରା ,କର୍ଲାମୁଣ୍ଡା ଏସବିଆଇ ଖେତ୍ରାଧିକାରୀ ଭକ୍ତରାମ ମେହେର ପ୍ରମୁଖ ଉପସ୍ଥିତ ରହି ଘର କୁ ଜବତ କରିଥିବା ସମୀର ବେହେରା ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ