ଲଡୁଗାଁ ଓ ସୁନାମାଲ ଗ୍ରାମରେ ଡ୍ରେନେଜ ବ୍ୟବସ୍ଥା ସୁଧାରି ରାସ୍ତା ସଫା କରାଇଲେ କୋକସରା ବ୍ଲକ ଉପାଧ୍ୟକ୍ଷ।


କୋକସରା:୧୦/୦୮ କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ର ମାଝୀପଡା ଓ ସୁନାମାଲ ଗ୍ରାମରେ ଡ୍ରେନେଜ ଅବ୍ୟବସ୍ଥା କାରଣରୁ ପୋତି ହୋଇ ଡ୍ରେନ ର ମଇଳା ଓ ଆବର୍ଜନା ରାସ୍ତା ରେ ପଡି ପୁତିଗନ୍ଧମୟ ପରିବେଶ ସୃଷ୍ଟି କରିଥିବା ବେଳେ ରାସ୍ତାରେ ଲୋକଙ୍କ ଯିବାଆସିବା ରେ ଅନେକ ସମସ୍ୟା ଦେଖା ଦେଇଥିଲା।ଏନେଇ ମାଝୀପଡା ଓ ସୁନାମାଲ ଗ୍ରାମବାସୀ ମାନେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଙ୍କୁ ଅଭିଯୋଗ ପରେ ତ୍ୱରିତ ପଦକ୍ଷେପ ନେଇ ବ୍ଲକ ଉପାଧ୍ୟକ୍ଷ ଅଭିଯୋଗ ର ମାତ୍ର ୨୪ ଘଣ୍ଟା ମଧ୍ୟରେ ଉଭୟ ମାଝୀପଡା ଓ ସୁନାମାଲ ଗ୍ରାମର ରାସ୍ତା ରେ ରହିଥିବା ମଇଳା ଆବର୍ଜନା ସଫା କରାଇ ପଡ଼ାବାସୀ ଙ୍କ ସମସ୍ୟା କୁ ଲାଘବ କରିଛନ୍ତି। ବ୍ଲକ ଉପାଧ୍ୟକ୍ଷ ଙ୍କ ଜନସେବା କୁ ନେଇ କୋକସରା ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ଜନସାଧାରଣ ମାନେ ଉପକୃତ ହେଉଥିବା ବେଳେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଙ୍କ ସମାଜସେବା ମନୋବୃତ୍ତି କୁ ପ୍ରସଂଶା କରାଯାଇଛି।