Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କ. ନୂଆଗାଁ ସମିତି ସଭ୍ୟାସଭ୍ୟଙ୍କ ଦାବିପତ୍ର ପ୍ରଦାନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକ ସମିତି ସଭ୍ୟାସଭ୍ୟ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓ ଜୟଦେବ ଦାଶ ଙ୍କ ଜରିଆରେ ୮ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ଦାବି ଗୁଡିକ ମଧ୍ୟରେ ସରପଞ୍ଚଙ୍କ ଭଳି ସାମ୍ବିଧାନିକ ସୁପାରିଶ କ୍ଷମତା ସମିତି ସଭ୍ୟଙ୍କୁ ପ୍ରଦାନ କରିବା, ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟର ନିଷ୍ପତ୍ତି ନେବା ପ୍ରକ୍ରିୟାରେ ସମିତି ସଭ୍ୟାସଭ୍ୟ ମାନଙ୍କୁ ସାମିଲ କରିବା, ପ୍ରତି ପଞ୍ଚାୟତରେ ସମିତି ସଭ୍ୟ ମାନଙ୍କ ପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟାଳୟ ରଖିବା, ଉନ୍ନୟନ ମୂଳକ କାର୍ଯ୍ୟ ନିର୍ମାଣରେ ଲେ-ଆଉଟ ଦେଲାବେଳେ ସ୍ଥାନୀୟ ସମିତି ସଭ୍ୟଙ୍କୁ ଅବଗତ କରିବା, ମାସିକ ଦରମା ୧୫ ହଜାର ଟଙ୍କାକୁ ବୃଦ୍ଧି କରିବା ଆଦି ଉଲ୍ଲେଖ ରହିଛି। ଦାବିପତ୍ର ପ୍ରଦାନ ବେଳେ ବ୍ଳକ ଉପାଧ୍ୟକ୍ଷ ଧବଳେଶ୍ବର ପାତ୍ର, ଜିଲା ସମିତି ସଭ୍ୟାସଭ୍ୟ ସଂଘ କାର୍ଯ୍ୟକାରୀ ସଭାପତି ଭାଗ୍ୟବାନ ବେହେରା, ପଞ୍ଚାୟତ ସମିତି ସଭ୍ୟର ସଭାପତି କୁମାର ଲିଗାଲ,ସଂପାଦକ ପଦ୍ମ ଚରଣ ପାତ୍ର, ଅନନ୍ତ ମଲ୍ଲିକ, ଲିନା ପ୍ରଧାନ, ଲବଣାଂଶ ବେହେରା, ଝୁଲିି ସାଣ୍ଡ, ମମତା ପଣ୍ଡାଙ୍କ ସମେତ ପ୍ରମୁଖ ସଭ୍ୟମାନେ ଉପସ୍ଥିତ ଥିଲେ ।