Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଲାମୁଣ୍ଡା ପ୍ରାଥମିକ କୃଷି ସମବାୟ ସମିତି….…ଉପ ନିର୍ବାଚନ ରେ ଜଣେ ମାତ୍ର ମହିଳା ପ୍ରାଥିନି ଙ୍କ ନାମାଙ୍କନ ପତ୍ର ଦାଖଲ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ପ୍ରାଥମିକ ସମବାୟ ସମିତିର ସଭାପତି ଗୋବର୍ଦ୍ଧନ ଭୋଇ ଙ୍କ ବିୟୋଗ ପରେ ଏହି ପଦବୀ ଖାଲି ରହିଥିଲା।ତେବେ ନିର୍ବାଚନ ବିଜ୍ଞାପନ ୧୯;ତା୫/୮/୨୦୨୩ଅନୁଯାୟୀ ରାଜ୍ୟ ସମବାୟ ନିର୍ବାଚନ ଅୟୋଗ ଓଡିଶା, ଭୁବନେଶ୍ୱର ଙ୍କ ବିଜ୍ଞପ୍ତି ନମ୍ବର ୧୫୧୧ ;୪/୮/୨୦୨୩ ଅନୁସାରେ ଆଦିବାସୀ ଙ୍କ ପାଇଁ ଉଦିଷ୍ଟ ନିର୍ବାଚନ ମଣ୍ଡଳୀ ୨ ପାଇଁ ଶୁକ୍ରବାର ଜଣେ ମାତ୍ର ମହିଳା ପ୍ରାଥିନି ଇନ୍ଦୁମତୀ ଭୋଇ ନାମାଙ୍କନ ପତ୍ର ଦାଖଲ କରିଥିବା ସୂଚନା ମିଳିଛି। ଏଠାରେ ସୂଚନାଯୋଗ୍ୟ ଯେ ଗତ ଜୁଲାଇ ମାସ ୧୮ ତାରିଖରେ ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ଗୋବର୍ଦ୍ଧନ ଭୋଇ ଙ୍କ ବିୟୋଗ ଘଟିବା ପରେ ଏହି ପଦବୀ ଖାଲି ରହିଥିଲା।ଫଳରେ ସର୍ବ ସମ୍ମତି ରେ ସ୍ବର୍ଗତ ଭୋଇ ଙ୍କ ଜ୍ୟେଷ୍ଠ ବୋହୁ ଇନ୍ଦୁମତି ଭୋଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ଏହି ଅବସରରେ ସମସ୍ତ ନିର୍ଦ୍ଦେଶକ/ନିର୍ଦେଶୀକା ଓ ନିର୍ବାଚନ ଅଧିକାରୀ ସୁଶୀଲସାହୁ, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ଆତ୍ମା ଅଧ୍ୟକ୍ଷ ଗୌର କିଶୋର ରଣା, ଆଦିବାସୀ ଯୁବ ନେତା ନନ୍ଦି କିଶୋର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ