Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହିଳାଙ୍କୁ ଅଶ୍ଳୀଳ ବ୍ୟବହାର ଓ ପିଲାଙ୍କ ଚାଉଳ ବିକ୍ରି ଅଭିଯୋଗ ରେ ପ୍ରଧାନ ଶିକ୍ଷକଙ୍କୁ ମାଡ଼ ମାରିଲେ ଗ୍ରାମ ବାସୀ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ସୁଡ୍ରା ଗ୍ରାମର ସରକାରୀ ଆଶ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସାନ୍ତୁନୁ କୁମାର ପ୍ରଧାନ ଶୁକ୍ରବାର ରାତି ୯ଟା ସମୟ ରେ ଉକ୍ତ ବିଦ୍ୟାଳୟ ର ଦୁଇ ମହିଳା ରୋଷେୟାଙ୍କୁ ବିଦ୍ୟାଳୟ ର ପଛ ପାଖ ଗେଟ ରେ ଡ଼ାକି ଦୀର୍ଘ ସମୟ ରଖିବା , ବିଭିନ୍ନ ସମୟ ରେ ମହିଳା ସିସିଏକୁ ଅଶ୍ଳୀଳ ବ୍ୟବହାର କରିବା ଓ ଚାଉଳ ବିକ୍ରି କରିବା ନେଇ ବାରମ୍ବାର ଅଭିଯୋଗ ସତ୍ବେ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ କିଛି ପଦକ୍ଷେପ ନ ନେବାରୁ ଶୁକ୍ରବାର ରାତିରେ ସ୍କୁଲ ପରିଚାଳନା କମିଟି, ଅଭିଭାବକ ଓ ସାଧାରଣ ଲୋକ ଆଇନ କୁ ହାତକୁ ନେଇଛନ୍ତି। ବିଦ୍ୟାଳୟ ପରିସରରେ ଛାତ୍ରୀ ହଷ୍ଟେଲ ରହିଥିବା ବେଳେ ପ୍ରଧାନ ଶିକ୍ଷକ ମହିଳା ରୋଷେଇଆ ଙ୍କୁ ରାତିରେ ସ୍କୁଲ କୁ ଡାକିବାକୁ ନେଇ ଗ୍ରାମବାସୀ ଶୁକ୍ରବାର ରାତିରେ ଛପି ରହିଥିଲେ l ଏହି ସମୟ ମଧ୍ୟରେ ଦୁଇ ରୋଷେଇୟା ପଛ ପାଖ ଗେଟ ରେ ବାହାରୁ ଥିବା ବେଳେ ଲୋକେ ପ୍ରଧାନ ଶିକ୍ଷକଙ୍କୁ ଟାଣି ଆଣି ବଜାର ମଧ୍ଯ ରେ ଚଲାଇ ଚଲାଇ ମାଡ଼ ମାରିଥିବାର ଭିଡିଓ ଭାଇରାଲ ହେଉଛି। କୁଆଡେ ସ୍କୁଲ୍ କର୍ମଚାରୀ ଓ ପରିଚାଳନା କମିଟି ର ହାତ ଥିବା ମଧ୍ଯ ଅଭିଯୋଗ ହୋଇଛି। ପ୍ରଧାନ ଶିକ୍ଷକ ସାନ୍ତୁନୁ ପ୍ରଧାନକୁ ଲୋକେ ବାରଖମା ଫାଣ୍ଡି ରେ ନେଇ ପୁଲିସ ଜିମା ଦେଇ ହସ୍ତାନ୍ତର କରିଥିଲେ। ଏହି ବିଦ୍ୟାଳୟ ରେ ୭ବର୍ଷ ହେଲା ରହିଥିବା ବେଳେ ତାଙ୍କ ବିରୋଧରେ ସ୍ଥାନୀୟ ମଙ୍ଗଳ ଅଧିକାରୀ, ଉପଖଣ୍ଡ ମଙ୍ଗଳ ଅଧିକାରୀ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କୁ ଜଣାଇ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବା କହିଛନ୍ତି ସ୍କୁଲ ପରିଚାଳନା କମିଟି ସଭାପତି ସୁଦାମ ମଲ୍ଲିକ ଓ ସ୍ଥାନୀୟ ସରପଞ୍ଚ ସରୋଜିନୀ ମଲ୍ଲିକ। ଏ ନେଇ ପ୍ରଧାନ ଶିକ୍ଷକ ସାନ୍ତୁନୁ ପ୍ରଧାନ କହିଛନ୍ତି ଯେ, ତାଙ୍କୁ ଦୀର୍ଘ ଦିନ ହେଲା କିଛି ଲୋକ ଯୋଜନା ବଦ୍ଧ ଭାବେ ବିରୋଧ କରି ଆସୁଛନ୍ତି ଓ ଆକ୍ରମଣ ଉଦ୍ୟମ କରିଛନ୍ତି। ଶୁକ୍ରବାର ଦିନ ରୋଷେଇଆ ମହିଳା ମାନଙ୍କୁ ଅଫିସ କାମ ପାଇଁ ଡ଼ାକି ଥିବା ବେଳେ ମୋତେ ଏ ଭଳି ମରଣାତ୍ମକ ଆକ୍ରମଣ କରାଯାଇ ଥିଲା। ଏ ସଂପର୍କ ରେ ଥାନା ରେ ମୁଁ ମୋ ଜୀବନ ପ୍ରତି ବିପଦ ଥିବା ନେଇ ଲିଖିତ ଏତଲା ଦେଇଛି। ସେପଟେ ସ୍କୁଲ ପରିଚାଳନା କମିଟି ସଭାପତି ସୁଦାମ ମଲ୍ଲିକ ମଧ୍ଯ ପ୍ରଧାନ ଶିକ୍ଷକ ଙ୍କ ବିରୋଧ ରେ ପୂର୍ବରୁ ସିସିଏ କୁ ଅଶ୍ଳୀଳ ବ୍ୟବହାର, ସ୍କୁଲ ଚାଉଳ ବିକ୍ରି କରିବା ଓ ବିଭିନ୍ନ ସମୟ ରେ ସ୍କୁଲ ପରିଚାଳନା କମିଟି କୁ ଅଶ୍ଳୀଳ ବ୍ୟବହାର କରିବା ଅଭିଯୋଗ କରି ଏତଲା ଦେଇଛନ୍ତି। ବର୍ତ୍ତମାନ ଘଟଣା କୁ ୨୪ଘଣ୍ଟା ବିତିଯାଇଥିଲେ ମଧ୍ଯ କୌଣସି ମାମଲା ରୁଜୁ ହୋଇ ନଥିବା ଜଣାପଡ଼ିଛି। ଏ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଏକ ନିରପେକ୍ଷ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀ ମହଲରୁ ଦାବୀ ହେଉଛି l