Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରାକ୍ଟର ଓଲଟି ଯୁବକ ମୃତ

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା ଗୁଜାପାଙ୍ଗା ଗ୍ରାମରେ ଏକ ଟ୍ରାକ୍ଟର ଓଲଟି ଯିବା ଫଳରେ ଚାଳକର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ଅଟଳ ଦିଗାଲ। ତାଙ୍କ ନିଜ ଘର ବେଡାଗୁବା ଗ୍ରାମରେ, ସେ ଚାଷ କାର୍ଯ୍ୟ ପାଇଁ ଗୁଜପାଙ୍ଗା ଯିବା ସମୟରେ ଏକ ଗାତକୁ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଖସି ପଡ଼ିଥିଲା। ଟ୍ରାକ୍ଟର ତଳେ ଅଟଳ ଚାପି ହୋଇଯିବା ଫଳରେ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।