Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହଙ୍ଗା ପଡ଼ିଲା ପ୍ରଧାନଶିକ୍ଷକ ଙ୍କୁ ଗୋଡାଇ ଗୋଡାଇ ପିଟିବା ଘଟଣା: ୪ଗିରଫ: ୩୦ଜଣଙ୍କ ନାମରେ ମାମଲା ରୁଜୁ : ପ୍ରଧାନ ଶିକ୍ଷକଙ୍କ ବିରୋଧ ରେ କାର୍ଯ୍ୟନୁଷ୍ଠାନ ଶୂନ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ବାଲିଗୁଡା ବ୍ଲକ ଅନ୍ତର୍ଗତ ସୁଡ୍ରା ସେବାଶ୍ରମ ପ୍ରଧାନ ଶିକ୍ଷକ ବିଦ୍ୟାଳୟ ଚାଉଳ ବିକ୍ରି ଓ ମହିଳା ଅଶ୍ଳୀଳ ବ୍ୟବହାର କରୁଥିବା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରି ନିରାଶ ହେବା ପରେ ଶୁକ୍ରବାର ରାତିରେ ଆଇନ କୁ ହାତକୁ ନେଇ ପ୍ରଧାନ ଶିକ୍ଷକ ଙ୍କୁ ଗୋଡାଇ ଗୋଡାଇ ପିଟିବା ଘଟଣା ରେ ରବିବାର ୪ଜଣ ଗିରଫ ହୋଇଥିବା ବେଳେ ୩୦ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ଏ ନେଇ ବାଲିଗୁଡ଼ା ଥାନା କେଶ ନମ୍ବର ୧୯୩/୨୩ରେ ସୁଦନ ମଲ୍ଲିକ , ବିଭୂତି ମଲ୍ଲିକ , ନାଭିଦତ୍ୟ ମଲ୍ଲିକ ଓ ସୁନୀଲ ମଲ୍ଲିକ କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ବାରଖମା ଫାଣ୍ଡି ଅଧିକାରୀ ହରିଶଙ୍କର ମାଠିଆ ତଦନ୍ତ ଆରମ୍ଭ କରିଛନ୍ତି। କିନ୍ତୁ ଦୀର୍ଘ ଦିନ ହେଲା ପ୍ରଧାନ ଶିକ୍ଷକ ଙ୍କ ବିରୋଧରେ ଆସୁଥିବା ଅଭିଯୋଗ ସଂପର୍କ ରେ କୌଣସି କାର୍ଯ୍ୟନୁଷ୍ଠାନ ହୋଇନାହିଁ ଯାହାକୁ ନେଇ ଅଞ୍ଚଳ ରେ ଚାପା ଅସନ୍ତୋଷ ର ଦାନା ବାନ୍ଧୁଛି। ସୂଚନା ଯୋଗ୍ୟ ଯେ, ବାଲିଗୁଡ଼ା ଥାନା ଅନ୍ତର୍ଗତ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ସୁଡ୍ରା ର ସରକାରୀ ଆଶ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସାନ୍ତୁନୁ କୁମାର ପ୍ରଧାନ ରାତି ୯ଟା ସମୟ ରେ ଉକ୍ତ ବିଦ୍ୟାଳୟ ର ଦୁଇ ମହିଳା ରୋଷେୟାଙ୍କୁ ବିଦ୍ୟାଳୟ ର ପଛ ପାଖ ଗେଟ ରେ ଡ଼ାକି ଦୀର୍ଘ ସମୟ ରଖିବା , ବିଭିନ୍ନ ସମୟ ରେ ମହିଳା ସିସିଏକୁ ଅଶ୍ଳୀଳ ବ୍ୟବହାର କରିବା ଓ ଚାଉଳ ବିକ୍ରି କରିବା, ସ୍କୁଲ ରେ ପାଠ ନପଢ଼ାଇ ବାଲିଗୁଡ଼ା ଅଫିସ କାମ ନା ରେ ଯାଇ ବୁଲିବା ନେଇ ଅଭିଯୋଗ ସତ୍ବେ ପ୍ରଧାନ ଶିକ୍ଷକଙ୍କ ବିରୋଧ ରେ କିଛି ପଦକ୍ଷେପ ପ୍ରଶାସନ ନ ନେବାରୁ ଶୁକ୍ରବାର ରାତିରେ ସ୍କୁଲ ପରିଚାଳନା କମିଟି, ଅଭିଭାବକ ଓ ସାଧାରଣ ଲୋକ ଆଇନ କୁ ହାତକୁ ନେଇ ଥିଲେ ।ବିଦ୍ୟାଳୟ ପରିସରରେ ଛାତ୍ରୀ ହଷ୍ଟେଲ ରହିଥିବା ବେଳେ ପ୍ରଧାନ ଶିକ୍ଷକ ମହିଳା ରୋଷେଇଆ ଙ୍କୁ ରାତିରେ ସ୍କୁଲ କୁ ଡାକିବାକୁ ନେଇ ଗତକାଲି ଛପି ରହି ଥିଲେ ଏହି ସମୟ ମଧ୍ୟରେ ଦୁଇ ରୋଷେଇୟା ପଛ ପାଖ ଗେଟ ରେ ବାହାରୁ ଥିବା ବେଳେ ଲୋକେ ପ୍ରଧାନ ଶିକ୍ଷକଙ୍କୁ ଟାଣି ଆଣି ବଜାର ମଧ୍ଯ ରେ ଚଲାଇ ଚଲାଇ ମାଡ଼ ମାରିଥିବାର ଭିଡିଓ ଭାଏରାଲ ହୋଇଥିଲା । ପ୍ରଧାନ ଶିକ୍ଷକ ସାନ୍ତୁନୁ ପ୍ରଧାନକୁ ଲୋକେ ବାରଖମା ଫାଣ୍ଡି ରେ ନେଇ ପୁଲିସ ଜିମା ଦେଇ ହସ୍ତାନ୍ତର କରିଥିଲେ। ଏହା ପରେ ପ୍ରଧାନ ଶିକ୍ଷକ ତାଙ୍କୁ ମରଣାତ୍ମକ ଆକ୍ରମଣ କରାଯାଇ ଥିବା ନେଇ ଥାନା ରେ ଏତଲା ଦେଇଥିଲେ।