ମେରା ମାଟି ମେରା ଦେଶ ବସୁଧା ବନ୍ଧନ କାର୍ଯ୍ୟକ୍ରମ ରେ ବୃକ୍ଷ ରୋପଣ କଲେ ବିଧାୟକ ଓ ଛାତ୍ରଛାତ୍ରୀ।


କୋକସରା:୧୪/୦୮ କେନ୍ଦ୍ର ସରକାରଙ୍କ ପକ୍ଷରୁ ୯ ତାରିଖ ରୁ ୧୫ ତାରିଖ ପର୍ଯ୍ୟନ୍ତ ମେରା ମାଟି ମେରା ଦେଶ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ ସୋମବାର କୋକସରା ବ୍ଲକ ର ଟେମରା, ଗମ୍ଭାରୀଗୁଡା, ଡାଲଗୁମା ହାଇସ୍କୁଲ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଧର୍ମଗଡ଼ ବିଧାୟକ ଡାଲଗୁମା ଲଙ୍କେଶ୍ୱରୀ ହାଇସ୍କୁଲରେ ପହଞ୍ଚି ଛାତ୍ରଛାତ୍ରୀ ଙ୍କ ଗହଣ ରେ ବୃକ୍ଷ ରୋପଣ କରି ପ୍ରକୃତି ର ସନ୍ତୁଳନ ପାଇଁ ବୃକ୍ଷ ରୋପଣ କରିବାକୁ ଉତ୍ସାହିତ କରିଥିଲେ। ସେହିପରି ଟେମରା ପଞ୍ଚାୟତ ରେ ଚିଙ୍ଗେର ବନ୍ଧ ଓ ଶିବ ମନ୍ଦିର ପରିସରରେ ସରପଞ୍ଚ କ୍ଷିତିରାମ ପାତ୍ର, ହେମନ୍ତ ବାଣୁଆ, ଚୌଧୁରୀ ଦୁର୍ଗା,ଦୁଷ୍ମନ୍ତ ପାତ୍ର, ପିଇଓ ଗୌତମ ନାଗ,ଲଳିତ ସତନାମୀ, ବୃନ୍ଦାବନ ସତନାମୀ,ନୀଳକଣ୍ଠ ମାଝୀ ଓ ତ୍ରିଶକ୍ତି ଯୁବ ଅନୁଷ୍ଠାନ ର କର୍ମକର୍ତ୍ତା ଉପସ୍ଥିତ ଥିଲେ, ଗମ୍ଭାରୀଗୁଡା ପଞ୍ଚାୟତ ଠାରେ ସରପଞ୍ଚ ଇଶରାମ ସୁନାନୀ,ବସନ୍ତ ନାଗ ଓ ମିଶନ ଶକ୍ତି ର ମହିଳା କର୍ମଚାରୀ ମାନେ ବୃକ୍ଷ ରୋପଣ ପରିବେଶ ସୁରକ୍ଷା ର ବାର୍ତ୍ତା ଦେଇଛନ୍ତି।