Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଇ ଦିନିଆ ଖାଦ୍ୟ ମେଳା ଉଦଯାପିତ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ ରଜୀବ ଗାନ୍ଧୀ ସଭାଗୃହ ଠାରେ ମଙ୍ଗଳବାର ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି ପକ୍ଷରୁ ଦୁଇ ଦିନିଆ ଖାଦ୍ୟ ମେଳା ଉଦଯାପିତ ହୋଇଯାଇଛି। ଉଦଯାପନି ଦିବସରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧକ୍ଷ୍ୟା କୁନି ସାହୁ,ସମ୍ମାନିତ ଅତିଥି ଭାବେ ସିଡିପିଓ ଜି. ଗୁଡ଼ଲା, ବିଡିଓ ସୂଚରିତା ମୁଗ୍ରୀ, ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ଆଇସିଡିଏସ ସୁପରଭାଇଜର କୁସୁମ ମଞ୍ଜରୀ ପଣ୍ଡା ସୁପୋଷଣ ପ୍ରକଳ୍ପ ବ୍ଳକ ସଂଯୋଜକ ସୁରଜିତ ଧଙ୍ଗଡାମାଝି ସ୍ଥାନୀୟ ସରପଞ୍ଚ ଖିତିସୁତା ସାହୁ,ସମିତି ସଭ୍ୟା ରୀମା ସାହୁ ,ମିଶନଶକ୍ତି ବ୍ଲକ ଫେଡରେସନ ସଭାନେତ୍ରୀ ଜୟନ୍ତୀ ସାହୁ,ଉପସଭାନେତ୍ରୀ ସୁଷମା ରଣା, କୋଷାଧ୍ୟକ୍ଷ ଜାହ୍ନବୀ ସାହୁ,ଗ୍ରାମ କୃଷି କର୍ମୀ ଲୋକନାଥ ନାଗ, ମିଲେଟ ମିଶନ ପ୍ରକଳ୍ପ ବିପିସି ଜଗଦୀଶ ପ୍ରସାଦ ରଣା ପ୍ରମୁଖ ଯୋଗ ଦେଇ ସରକାରଙ୍କ ମିଲେଟ ମିଶନ ଯୋଜନା ତଥା ମାଣ୍ଡିଆ କୁ ଦୈନନ୍ଦିନ ଜୀବନରେ ଖାଦ୍ୟ ରୂପେ ଗ୍ରହଣ କରିବା ର ଆବଶ୍ୟକ ତା ଉପରେ ଆଲୋଚନା କରିବା ସହ ଷ୍ଟଲ ଗୁଡିକ ରେ ମାଣ୍ଡିଆ ର ପିଠା ପଣା ପ୍ରଦର୍ଶନୀ କୁ ବୁଲି ଦେଖିଥିଲେ। କାର୍ଯ୍ୟକ୍ରମ ରେ ଏବିପିସି ପ୍ରଦୀପ କୁମାର ସାହୁ,ସିଆରପି ଜୀବର୍ଦ୍ଧନ ସାହୁ,ବାଲ୍ମୀକି ଛତ୍ରୀଆ,ଧୁରାବନ ବାଗ,ଭାନୁମତି ପ୍ରଧାନ ଅୟୋଜନ କରିଥିବା ବେଳେ ପଂଚାୟତ ଫେଡରେସନ ସଭାନେତ୍ରୀ ସଜନାବତୀ ସାହୁ,ସମ୍ପାଦିକା ସୁପ୍ରଭା ସାହୁ,ନିଲେନ୍ଦୀ ସାହୁ,କୈଇଁନ୍ତି ମାଝୀ, ତିରଞ୍ଜି ମେର୍ଲି,ଦ୍ରୋଣ ସାହୁ ସହଯୋଗ କରିଥିଲେ । ଓଡିଶା ମିଲେଟ ମିଶନ ସହାୟତା ପ୍ରଦାନ ରେ ଅୟୋଜିତ ଶିବିର ରେ ସ୍ୱୟଂ ସହାୟକଗୋଷ୍ଠୀସଭ୍ୟାମାନଙ୍କଦ୍ଵାରାପ୍ରସ୍ତୁତମାଣ୍ଡିଆବରା,ସିଙ୍ଗଡ଼ା,ମିକ୍ଚର,ଲଡୁ,ମାଲପା,ବିସ୍କୁଟ, କେକ୍ ଓ କାଙ୍ଗୁ ବିସ୍କୁଟ, କୋଦୋ କ୍ଷୀରି, ମାଣ୍ଡିଆ ପଣା ପ୍ରଭୁତି ବେଶ ଆକର୍ଷଣୀୟ ହୋଇଥିଲା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ