Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୌଳିକ ଭାଷା ଶିକ୍ଷା ଓ ସଂଖ୍ଯାଜ୍ଞାନ କୋଠରୀ ଉଦଘାଟିତ

କୁଶନପୁରୀରେ ମୌଳିକ ଭାଷା ଶିକ୍ଷା ଓ ସଂଖ୍ଯାଜ୍ଞାନ କୋଠରୀ ଉଦଘାଟିତ ବରପାଲି : ବରପାଲି ବ୍ଲକ କୂଶନପୁରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ଆଧାରିତ ଏକ ଶିକ୍ଷା କୋଠରୀ ଉଦଘାଟିତ ହୋଇଯାଇଛି l ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ବିଭାଗ ଶିକ୍ଷକ ଗଗନ ବେହେରା, ସମ୍ମାନିତ ଅତିଥି ଭାବେ ବ୍ଲକ ଗୋଷ୍ଠୀ ସହ ଶିକ୍ଷାଧିକାରୀ ଦୁର୍ୟୋଧନ ସିଂ,ରତ୍ନ କୁମାର ଭୁଏ,ବରିଷ୍ଠ ପ୍ରଧାନ ଶିକ୍ଷକ ପୁନ୍ଦରର ସେଠ ପ୍ରମୁଖ ଯୋଗ ଦେଇଥିଲେ l ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଆଧାରିତ କୋଠରିରେ ଭିନ୍ନଭିନ୍ନ ଶ୍ରେଣିର ଖେଳଣା ଓ ବ୍ୟବହାର୍ଯ୍ଯ ଶିଶୁ ମାନଙ୍କ ବିଭିନ୍ନ ଉପକରଣ ଗୁଡିକ ବେଶ ଆକର୍ଷିତ ହୋଇଥିବାରୁ କୁନିକୁନି ଛାତ୍ରଛାତ୍ରୀ ମାନଙ୍କୁ ଆକର୍ଷଣ କରିବା ସହିତ ଉତ୍ତମ ସହାୟକ ହୋଇପାରିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ l ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରୁଘୁବୀର ବେହେରା ଅତିଥି ମାନଙ୍କ ସହିତ ଦୀପ ପ୍ରଜ୍ୱଳନ କରିବା ସହ ମଞ୍ଚାସିନ ହେଵା ପାଇଁ ଆମନ୍ତ୍ରଣ କରିଥିଲେ, କଦଳିପାଲୀ ସିଆରସିସି କ୍ଷେତ୍ର ମେହେର ପରିଚୟ ପ୍ରଦାନ କରିଥିବା ବେଳେ, ସିଆରସିସି ରବିନାରାୟଣ ମହାପାତ୍ର ସଭାକାର୍ଯ୍ଯ ସଞ୍ଚାଳନ କରିଥିଲେ l ପରିଚାଳନାରେ ଧୀରପୁର ସିଆରସିସି ଲୁପାଞ୍ଚନ ବାରିକ, ନିମାଇଁ ଦାସ, ବିନୟ ଭୋଇ, ମିଥୁନ ସାହୁ, ଉତ୍ତମ ଦେହୁରୀ, ରାଜେନ୍ଦ୍ର ମେହେର, ଶ୍ରୀନିବାସ ପଧାନ, ଵିଆର୍ରଟି ମୁକୁନ୍ଦ ମେହେର, ତୁଲାରାମ ସାହୁ ଓ ତେଜଙ୍ଗ କ୍ଲଷ୍ଟର ସିଆରସିସି ସଞ୍ଜୟ କୁମାର ସାହୁ, ଶିକ୍ଷକ ଶଙ୍କର୍ଷଣ ବେହେରା,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସନାତନ ରଣା ଓ ସମସ୍ତ ସଭ୍ୟ/ସଭ୍ୟା ମାନେ ସହାୟତା କରିଥିଲେ। ପରିଶେଷରେ କ୍ଲଷ୍ଟର ସିଆରସିସି କ୍ଷେତ୍ର ମେହେର ଧନ୍ୟବାଦ ଅର୍ପଣ କରିଥିଲେ l