Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଗବାଡି ପଞ୍ଚାୟତ ପକ୍ଷରୁ ଚାରାରୋପଣ

ବରପାଲି :ବରପାଲି ବ୍ଲକ ବାଗବାଡି ପଞ୍ଚାୟତ କାର୍ଯ୍ଯାଳୟ ପରିସରରେ ବିଭିନ୍ନ ଜନ ହିତକର କାର୍ଯ୍ଯକ୍ରମ ମାନ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସରପଞ୍ଚ ସୁଷମା ଭୋଇଙ୍କ ଦ୍ବାରା ଅସହାୟ ଭତ୍ତା ବିତରଣ ପର୍ବ ସୂଭାରମ୍ଭ ହୋଇଥିଲା। ସମ୍ମାନିତ ଅତିଥି ଭାବରେ ଜିଲ୍ଲାପରିଷଦ ସଦସ୍ଯ ଗୋବିନ୍ଦ ସାହୁ, ସରପଞ୍ଚ ପ୍ରତିନିଧି ମୁକେଶ ଭୋଇ,ପୁର୍ବତନ ସରପଞ୍ଚ ବ୍ରଜ କିଶୋର ମେହେର ତଥା ଲକ୍ଷ୍ମୀନଗର ହାଇସ୍କୁଲ ଶିକ୍ଷକ ଶିକ୍ଷୟତ୍ରି ମାନେ ଉପସ୍ଥିତ ରହିଥିଲେ। ଏହି ଅବସରରେ ଲକ୍ଷ୍ମୀନଗର ହାଇସ୍କୁଲ ପରିସରରେ ଚାରା ରୋପଣ କାର୍ଯ୍ଯକ୍ରମ ପାଳିତ ହୋଇଥିଲା। ଉତ୍ସବରେ ଭିନ୍ନଭିନ୍ନ ଶ୍ରେଣିର ମୂଲ୍ଯବାନ ଔଷଧିୟ ଗଛ ମାନ ରୋପଣ କରାଯାଇଥିଲା। ପରେ ଚାରା ମାନଙ୍କର ସୂରକ୍ଷା ଦିଗରେ ପଦକ୍ଷେପ ମୂଳକ ବିଷୟକୁ ନେଇ ଆଲୋଚନା କରାଯାଇଥିଲା।