Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶରଦ ପାଓ୍ଵାରଙ୍କ ନିକଟତର ବ୍ୟକ୍ତିଙ୍କ ଘରେ ଇଡି ରେଡ୍, ୧ କୋଟି ନଗଦ ସହ ୩୯ କିଲୋ ସୁନା-ହୀରା ଜବତ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏନସିପି ପ୍ରମୁଖ ଶରଦ ପାଓ୍ଵାରଙ୍କ ନିକଟତର ତଥା ଏନସିପିର ପୂର୍ବତନ କୋଷାଧ୍ୟକ୍ଷଙ୍କ ଘରେ ଚଢାଉ କରିଛି। ମନି ଲଣ୍ଡରିଂ ଏବଂ ବ୍ୟାଙ୍କ ଲୋନ ଅନିୟମିତତା ମାମଲାରେ ଏନସିପିର ପୂର୍ବତନ କୋଷାଧ୍ୟକ୍ଷ ଈଶ୍ଵରଲାଲ ଜୈନ, ତାଙ୍କ ପରିବାର ଏବଂ ତାଙ୍କ ସମ୍ପର୍କିତ କମ୍ପାନୀଗୁଡ଼ିକରେ ଚଢାଉ କରିଛି। ଏହି ସମୟରେ ଏକ କୋଟି ୧୦ ଲକ୍ଷ ନଗଦ ଟଙ୍କା ଓ ପାଖାପାଖି ୨୫ କୋଟି ଟଙ୍କା ମୂଲ୍ୟର ୩୯ କିଲୋଗ୍ରାମ ସୁନା-ହୀରା ଆଦି ଆଭୂଷଣ ଜବତ କରିଛି ଇଡି।

ଇଡି ସୂତ୍ର ଅନୁଯାୟୀ, ମହାରାଷ୍ଟ୍ରର ଜଲଗାଓଁ, ନାସିକ ଓ ଥାନେରେ ଜୈନଙ୍କ ୧୩ଟି ଠିକଣାରେ ଏହି ଚଢାଉ କରାଯାଇଛି। ଚଢାଉରେ ଜଲଗାଓଁରେ ୨ ବେନାମୀ ସମ୍ପତ୍ତି ବ୍ୟତୀତ ରାଜମଲ ଲଖୀଚନ୍ଦ ଗ୍ରୁପ ସଂପର୍କିତ ୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୬୦ ସମ୍ପତ୍ତିର ତଥ୍ୟ ଏକତ୍ର କରାଯାଇଛି।

ଇଡିର ଅଧିକାରୀ କହିଛନ୍ତି, ଜୈନଙ୍କ ଦ୍ଵାରା ନିୟନ୍ତ୍ରିତ ୩ ଜୁଏଲାରୀ ଫାର୍ମର ବ୍ୟାଙ୍କ ଖାତା ଯାଞ୍ଚ ବେଳେ ଜଣା ପଡ଼ିଛି ଯେ, ରାଜମଲ ଲଖୀଚନ୍ଦ ଗ୍ରୁପ ସହ ଜଡ଼ିତ ତୃତୀୟ ପକ୍ଷ ଜରିଆରେ ବେଆଇନ ପ୍ରକ୍ରିୟାରେ ବ୍ୟାଙ୍କ ଲୋନ ହାତେଇଥିଲେ। ଉକ୍ତ ଅର୍ଥକୁ ଅଚଳ ସମ୍ପତ୍ତିରେ ନିବେଶ କରାଯାଇଛି ବୋଲି ଇଡି ପକ୍ଷରୁ ପ୍ରକାଶ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ