Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଉପଖଣ୍ଡ ଡାକ୍ତରଖାନା ରେ କର୍ମଚାରୀ ଅଭାବ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ସ୍ୱେଚ୍ଛାସେବୀ ଅନୁଷ୍ଠାନ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ରେ ବିଭିନ୍ନ ବିଭାଗର କର୍ମଚାରୀଙ୍କ ଅଭାବ ରହିଥିବା ବେଳେ ଅତ୍ୟାବଶ୍ୟକୀୟ ଡାକ୍ତର , ଟେକନିସିଆନ , ଫାର୍ମାସିଷ୍ଟ , ଷ୍ଟାଫ୍ ନର୍ସ ଆଦି ର ଅଭାବ ଯୋଗୁଁ ରୋଗୀ ହନ୍ତସନ୍ତ ହେଉଛନ୍ତି I ଏହାକୁ ଦୃଷ୍ଟିରେ ରଖି ବୀରମହାରାଜପୁର ସ୍ୱେଚ୍ଛାସେବି ଅନୁଷ୍ଠାନ ସିୟା ତରଫରୁ ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି l ଏହି ଡାକ୍ତରଖାନା କେବଳ ନାମକୁ ମାତ୍ର ଉପଖଣ୍ଡ ଚିକିତ୍ସାଳୟ ହୋଇ ରହିଥିବା ଦେଖାଯାଇଛି I ଏଠାରୁ ଡାକ୍ତର , ସେବିକା , କିରାଣୀ ଆଦିଙ୍କୁ ଡେପୁ ଦେସନ ରେ କର୍ମଚାରିଙ୍କ ସୁବିଧା ସ୍ଥାନରେ ଅବସ୍ଥାପିତ କରି ସେଠାରେ କାମ କରୁଥିବା ବେଳେ ଏଠାରୁ ଦରମା ନେଉଥିବା ଜଣାଯାଏ I ଫଳରେ ଉକ୍ତ ପଦବୀ ଟି ଖାଲିଥିବା ଯୋଗୁଁ ରୋଗୀ ସେବାରୁ ବଞ୍ଚିତ ରହୁଥିବା ଅଭିଯୋଗ ହୁଏ I ଏଣୁ ଯଥାଶିଘ୍ର ଏହାର ପ୍ରତିକାର ବ୍ୟବସ୍ଥା କରିବାକୁ ଦାବି ଜଣାଇଛନ୍ତି l