ବର୍ଷା ଆବାହନ ପାଇଁ ମା ସ୍ବର୍ଗ ମାଉଲିଙ୍କ ଡଙ୍ଗର ଯାତ୍ରା ଅନୁଷ୍ଠିତ, ପାହାଡ଼ ଚଢି ପୂଜାର୍ଚ୍ଚନା କଲେ ଗ୍ରାମବାସୀ।


କୋକସରା:୨୨/୦୮ କଳାହାଣ୍ଡି ଜିଲ୍ଲା ହେଉଛି ଆଦିବାସୀ ଙ୍କ ଆଦି ପୀଠ, ଏଠାରେ ଆଦିବାସୀ ଜନଜାତି ଙ୍କ ମଧ୍ୟରେ ରହିଛି ବିଭିନ୍ନ ପରମ୍ପରା। ତନ୍ମଧ୍ୟରୁ କୋକସରା ବ୍ଲକ ମହିମା ପଞ୍ଚାୟତ ମହିମା ଗ୍ରାମରେ ଚାଷୀକୁଳ ଙ୍କ ଚାଷ କାର୍ଯ୍ୟ ବର୍ଷା ନ ହେବା କାରଣରୁ ବିଳମ୍ବ ହୋଇଥିବା ବେଳେ ଲାଘବ କରିବା ପାଇଁ ଦେବାଦେବୀ ଙ୍କ ପୀଠରେ ପୂଜାର୍ଚ୍ଚନା କରାଯାଇଛି। ଏହି ଅଞ୍ଚଳ ହେଉଛି ଆଦିବାସୀ ଜନଜାତି ଙ୍କ ଅଧ୍ୟୁଷିତ ଅଞ୍ଚଳ ପୂର୍ବ ପୁରୁଷ ରୁ ଦେବାଦେବୀ ଙ୍କ ଉପରେ ଆଦିବାସୀ ସମ୍ପ୍ରଦାୟର ଅଗାଢ଼ ବିଶ୍ୱାସ ରହିଥିବା ବେଳେ ଚଳିତ ବର୍ଷ ବର୍ଷା ଅଭାବ ରୁ ଏହି ଅଞ୍ଚଳ ରେ ମରୁଡି ସ୍ଥିତି ଦେଖାଦେଇଛି।।ବର୍ଷା ର ଆଗମନ ପାଇଁ ଡଙ୍ଗର ଉପରେ ବିରାଜିତ ମା ସ୍ୱର୍ଗ ମାଉଳି ଙ୍କୁ ଆବାହନ ପୂର୍ବକ ପୂଜାର୍ଚ୍ଚନା କରି ଚାଷି ଙ୍କ ମଙ୍ଗଳ କାମନା କରିଛନ୍ତି ଏହି ଅଞ୍ଚଳ ର ୧୨ ପାଳି ର ଗ୍ରାମବାସୀ। ୧୨ ପାଳି କହିଲେ।ମହିମା, ଟେମରା, ମାଲପଡା, ଭୁର୍ଷାଗୁଡା, ଘଣ୍ଟିଗୁଡା, ଡ଼େଙ୍ଗାଗୁଡ଼ା, ବୋବରିଆ, କର୍ଲାଗୁଡା, ଡୁଡୁକାଠେଙ୍ଗା, ଖଲିଗଡ଼, ମୁଗନାପଦର,କୁଟ୍ରୁ କୁ ନେଇ ରହିଥିବା ବେଳେ ଏହି।ଅଞ୍ଚଳ ରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଛି। ଆଷାଢ଼ ଯାଇ ଶ୍ରାବଣ ସରିବାକୁ ବସିଛି ହେଲେ ବର୍ତମାନ ସୁଦ୍ଧା ଚାଷୀମାନେ ଧାନ ରୁଆ ବେଉଷଣ କରି ନାହାଁନ୍ତି। ବର୍ଷା ର ଆବାହନ ପାଇଁ ମଙ୍ଗଳବାର ସକାଳୁ ଗାଁ ରୁ ଗ୍ରାମ ର ମୁଖ୍ୟ ପୁଝାରି ପୂର୍ବ ନିର୍ଦ୍ଧାରିତ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ଗାଁ ର ମୁଖ୍ୟ ଦେବୀ ମା ଦଣ୍ଡପଟିଆଣି,ମା ବାରଦାୟିନୀ, ମା ସ୍ବର୍ଗମାଉଲି, ମା ବସ୍ତରେନ ମାଉଲି,ମା ସର୍ବମଙ୍ଗଳା, ମା ଠାକୁରାଣୀ, ମାଟି ଦେବତା, ଭୁଞ୍ଜିଆ ବୁଡ଼ା, ବୁଢାରଜା, ବାର ଭାଇ ଭୀମ ଙ୍କୁ ସୁମରଣା କରି ଦେବାଦେବୀ ଙ୍କ ପୁଜକ ଚିତ୍ରସେନ ମାଝୀ ଟେମରା, ମୁଖ୍ୟ ଶିରା ତୁମ୍ଭେଶ୍ୱର ପୁଝାରୀ ମହିମା, ସୁରେଶ ଚନ୍ଦ୍ର ପାତ୍ର ଟେମରା, ଗଉନ୍ତିଆ ଦିନକୃଷ୍ଣ ପାତ୍ର, ଗଣ୍ଡା ନକରନ୍ଦ ନାଏକ,ନରିଆ ଗୁଣଧର ଧଙ୍ଗଡ଼ା ମାଝୀ,ସଭାପତି ଚକାଡୋଳା ପାତ୍ର ଟେମରା,ସମ୍ପାଦକ ନୀଲାମ୍ବର ନାଏକ,ମହିମା,ମହିମା ସରପଞ୍ଚ ଇଶରାମ କୋଲଥିଆ ସମିତି ସଭ୍ୟ ଘନଶ୍ୟାମ ନାଏକ,ସୁଧୀର କୁମାର ପାତ୍ର, ଟେମରା ସରପଞ୍ଚ କ୍ଷିତିରାମ ପାତ୍ର,ଭଦ୍ରେଶ୍ୱର ପାତ୍ର,ଉମାଶଙ୍କର ନାଏକ, ହରିହର ସାହୁ, ସୁରେଶ ଚନ୍ଦ୍ର ପାତ୍ର, ଗୋବିନ୍ଦ ଭଏସଲ, ଦୁଃଖୀଶ୍ୟାମ ମାଝୀ, ଗୋବିନ୍ଦ ଭଏସାଲ,ଡମ୍ୱରୁଧର ଠାକୁର, ଦେବିସିଙ୍ଗ ମାଝୀ,ଭୁବନେଶ୍ୱର ପାତ୍ର, ଯତୀନ୍ଦ୍ର ମାଝୀ ସମେତ ମହିମା ଓ ୧୨ ପାଳି ରୁ ଆସିଥିବା ଶ୍ରଦ୍ଧାଲୁ।ମାନେ ଏହି ଯାତ୍ରା ରେ ଯୋଗଦେଇ ଥିଲେ। ଡଙ୍ଗର ରୁ ପୂଜାର୍ଚ୍ଚନା କରି ଫେରିବା ବାଟରେ ଦେବାଦେବୀ ଙ୍କ ଆଶିଷ ରୁ ଭଲ ବର୍ଷା ମଧ୍ୟ ହୋଇଛି। ଯାହାକୁ ନେଇ ଦେବାଦେବୀ ଉପରେ ଥିବା ଲୋକଙ୍କ ବିଶ୍ୱାସ ଆହୁରି ରୁଦ୍ଧିମନ୍ତ ହୋଇଥିବା ନେଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ କହିଛନ୍ତି।

ଗଜପତି ଜିଲ୍ଲାରେ ଆନ୍ଧ୍ର ଅଧିକାରୀମାନଙ୍କ ବେଆଇନ ପ୍ରବେଶକୁ ପ୍ରଶୟ ଦିଆଯିବ ନାହିଁ…. ଗଜପତି ଜିଲ୍ଲାପାଳ ପାରଳାଖେମୁଣ୍ଡି,୧୯/୭(ଗରୁଡ ଧ୍ୱଜ ଚୌଧୁରୀ) ଓଡ଼ିଶା ସୀମାରେ ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶ କରି ଓଡ଼ିଶାର 3 ଗୋଟି ଗାଁକୁ ଆନ୍ଧ୍ରର ବୋଲି ଦାବି କରିବା ବ୍ୟର୍ଥ ଉଦ୍ୟମକୁ କେବେ ବି ସଫଳ କରି ଦିଆଯିବନାହିଁ. ଓଡିଶା ତଥା ଗଜପତି ଜିଲ୍ଲାର ପରିସୀମା ମଧରେ ଆନ୍ଧ୍ର ଅଧିକାରୀଙ୍କ ବେଆଇନ ପ୍ରବେଶ ଓ ବିଭିନ୍ନ ମିଥ୍ୟା ଓ ବିଭ୍ରାନ୍ତିକର ମନ୍ତବ୍ୟକୁ କେବେ ବି ପ୍ରଶୟ ଦିଆ ଯିବନାହିଁ ବୋଲି ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ଦୃଢତାର ସହ ପ୍ରକାଶ କରିଛନ୍ତି.ଏହି ଘଟଣା ନେଇ ଗଜପତି ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ଆକସନ୍ ମୁଡ୍‌ରେ ରହିଥ‌ିବା ଜଣାପଡ଼ିଛି। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧୀନ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା, ଆମରିଙ୍ଗି ଓ ବୁରୁସିଂ ଆଦି 3 ଗୋଟି ଗ୍ରାମକୁ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ଓ ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର ପଣ୍ଡା ପହଞ୍ଚି ଲୋକଙ୍କ ସହ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଆନ୍ଧ୍ରର କୌଣସି ଅଧିକାରୀ ଆସିଲେ ଡରିବାର ନାହିଁ. ତୁରନ୍ତ ପ୍ରଶାସନକୁ ଜଣାଇବାକୁ ଜିଲ୍ଲାପାଳ ଗ୍ରାମବାସୀଙ୍କୁ କହିଛନ୍ତି. ଓଡ଼ିଶା ଜାଗା ଛାଡିବୁନି କି ଆନ୍ଧ୍ର ଜାଗା ମାଡ଼ିବୁ ନାହିଁ ବୋଲି ଜିଲ୍ଲାପାଳ ବିଜୟ କୁମାର ଦାସ ଗ୍ରାମବାସୀମାନଙ୍କୁ ଦୃଢତାର ସହ ପ୍ରକାଶ କରିଛନ୍ତି। ଏଥିସହ ମାଣିକପାଟଣାରେ ତିଆରି ହୋଇଥିବା ଆନ୍ଧ୍ରର ଅଙ୍ଗନବାଡ଼ି କେନ୍ଦ୍ରକୁ ବୁଲି ଦେଖୁବା ସହ ଉକ୍ତ କେନ୍ଦ୍ରର ସୀମା ଚିହ୍ନଟ ପାଇଁ ରାୟଗଡ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୀମାକୁ ନେଇ କୌଣସି ବିବାଦ ନାହିଁ ଉନ୍ନୟନ କାର୍ଯ୍ୟ ହୋଇଥିବା ଅଞ୍ଚଳ ଓଡ଼ିଶାର, ଓଡ଼ିଶା ସୀମା ଭିତରେ ହିଁ ରହିଛି. ଗତ କିଛି ଦିନ ତଳେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଏହି ଅଞ୍ଚଳ ଗସ୍ତ କରି ସମସ୍ତ ଅନୁଧ୍ୟାନ କରିବା ପରେ ଯେଉଁ ରିପୋର୍ଟ ପ୍ରଦାନ କରିଛନ୍ତି ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାପାଳଙ୍କୁ ଚିଠି ଲେଖୁ ଜଣାଇ ଦିଆଯାଇଛି। ଏହି ଗସ୍ତ ସମୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ, ସିଡିପିଓ ବି. କାମଳାଙ୍ଗୀ, ଏସ୍‌ ଡିପିଓ ମାଧବାନନ୍ଦ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ମାୟାଧର ସାହୁ, ଗାରାବନ୍ଧ ଥାନା ଅଧିକାରୀ ପ୍ରଶାନ୍ତ ନିଶିକା ପ୍ରମୁଖଙ୍କ ସହ କେତେଜଣ ପ୍ରଶାସନିକ ଅଧିକାରୀ ଏହି 3 ଗୋଟି ଗ୍ରାମକୁ ଉପଜିଲ୍ଲାପାଳଙ୍କ ସହ ଗସ୍ତ କରି ସମସ୍ତ ଅନୁଧ୍ୟାନ କରିଥିଲେ। ମୋଟାମୋଟି ଭାବେ ଏହି ସମସ୍ତ ଅଞ୍ଚଳ କେବଳ ଓଡିଶାର ଏବଂ ଗଜପତି ଜିଲ୍ଲା ଅଧୀନରେ ରହିଥିବା ସ୍ପଷ୍ଟ ହୋଇଯାଇଛି. ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ଆହୁରି ଅନେକ ବିକାଶମୂଳକ ଜନ ହିତକର କାର୍ଯ୍ୟ କରାଯିବ. ତେଣୁ ଅଞ୍ଚଳବାସୀ ଆନ୍ଧ୍ରର କେତେକ ଅଧିକାରୀଙ୍କ ବିଭ୍ରାନ୍ତିମୂଳକ ଓ ଭୁଲ ତଥ୍ୟକୁ କୌଣସି ଭାବେ ଗୁରୁତ୍ୱ ନ ଦେଇ ଓଡିଶା ପ୍ରଶାସନର ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ନିଜ ନିଜକୁ ସାମିଲ କରି ଏହି ଅଞ୍ଚଳର ଉନ୍ନତି ଓ ବିକାଶ ପାଇଁ ସହଯୋଗ କରନ୍ତୁ ବୋଲି ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ ସମ୍ପୃକ୍ତ ଅଞ୍ଚଳବାସୀଙ୍କୁ ନିବେଦନ କରିଛନ୍ତି.