Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଡ଼ିଆଳ ବନ୍ଦ ପାଳନ ସଫଳ

ଖଡ଼ିଆଳ : ସୋସିଆଲ ମିଡ଼ିଆରେ ହିନ୍ଦୁ ଦେବାଦେବୀଙ୍କ ଆପତ୍ତି ଜନକ ପୋଷ୍ଟ ନେଇ ଆଜି ଖଡ଼ିଆଳ ଠାରେ ବନ୍ଦ ପାଳନ କରାଯାଇଛି। ବିଭିନ୍ନ ହିନ୍ଦୁ ସଙ୍ଗଠନ ବନ୍ଦ ଡାକରା ଦେଇଥିବା ବେଳେ ଦୋକାନ ବଜାର ବନ୍ଦ ରହିଥିଲା। ଏହାସହ ସରକାରୀ, ବେସରକାରୀ ଅଫିସ୍, ଶିକ୍ଷାନଷ୍ଠାନ ଗୁଡ଼ିକୁ ବନ୍ଦ ରହିଥିଲା । ଯାନବାହାନ ଚଳାଚଳ ସ୍ବଭାବିକ ରହିଥିଲା। ଉଲ୍ଲେଖଯୋଗ୍ୟ ଯେ ସୋସିଆଲ ମିଡିଆ ଫେସବୁକରେ ହିନ୍ଦୁ ଦେବାଦେବୀଙ୍କୁ ନେଇ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଯୁବକ ଆପତ୍ତି ଜନକ ପୋଷ୍ଟ କରିଥିବା ନେଇ ଗତକାଲି ଖଡ଼ିଆଳ ଖଡ଼ିଆଳ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ସଂପୃକ୍ତ ଯୁବକକୁ ଅଟକ ରଖି ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେହିପରି ସେ ଖଡ଼ିଆଳ ଏନ୍ ଏ ସି ରେ ଆଉଟ୍ ସୋର୍ଶିଂରେ ଜବ କରୁଥିବାରୁ ତାଙ୍କୁ ବହିଷ୍କାର କରିବାକୁ ଦାବି ହୋଇଥିଲା। ଆଗାମୀ ଦିନରେ ଏହାର ପୁନରାବୃତ୍ତି ଯେମିତି ନହେବ ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରାଯାଇଛି, ନହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦିଆଯାଇଛି। ଖଡ଼ିଆଳ ଥାନା ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଏହି ଆନ୍ଦୋଳନ ସମୟରେ ପୂର୍ବତନ ଖଡ଼ିଆଳ ବିଧାୟକ ହିତେଶ ବଗର୍ତ୍ତି, ବିନୋଦ ଅଗ୍ରୱାଲ, ଏନଏସି ଅଧ୍ୟକ୍ଷ ଉଜ୍ଜ୍ୱଳ ଗୁପ୍ତା, ପ୍ରଦୀପ ତ୍ରିବେଦୀ, ସୁଜିତ ପାତ୍ର, ଗୌରଭ ସିଂ ବାରିକ, ସୌମ୍ୟ ରଞ୍ଜନ ସିଂ, ସୁନିଲ କୁମାର ନାଗ, ଅକ୍ଷୟ ନନ୍ଦ, ବିକାଶ ଶୁକ୍ଳା, ସୁରେନ ଶର୍ମା, ଦୀପକ ବର୍ମା, କମଳ ବର୍ମା, ବିକାଶ ବର୍ମା, ପ୍ରବୀଣ ତ୍ରିବେଦୀ, ଆହ୍ୱାନ ଯୋଶୀ, ବଣ୍ଟି ତାଣ୍ଡି, ଈଶ୍ୱର ଅଗ୍ରୱାଲ, ସିତୁ ନାଏକ, ବଣ୍ଟି ଶୁକ୍ଳା, ଅର୍ଜୁନ ପ୍ରଧାନୀ, ଧିରୁ ବର୍ମା, ସୁରଜ, ଆକାଶ ତାୟଲ, ଅଗ୍ରୱାଲ, ବାଦା ଭୋଇ ସମେତ ଶତାଧିକ ହିନ୍ଦୁ ସମ୍ପ୍ରଦାୟର ଜନ ସାଧାରଣ ଉପସ୍ଥିତ ଥିଲେ ।