Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହିମା ଗ୍ରାମ ପଞ୍ଚାୟତ ଡୁଡୁକାଠେଙ୍ଗା ନୂତନ ୫ ଟି ଉଚ୍ଚ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଆରମ୍ଭ।

କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ଦରଲୀପଡା ନିକଟରେ ମହିମା ଗ୍ରାମ ପଞ୍ଚାୟତ ନୂତନ ୫ ଟି ଉଚ୍ଚ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଲେ ଆଉଟ ଦିଆଯାଇଛି। ପୂର୍ବରୁ ଏହି ଉଚ୍ଚ ବିଦ୍ୟାଳୟ ଟି ଅନ୍ୟତ୍ର ସ୍ଥାନରେ ଦୀର୍ଘବର୍ଷ ଧରି ଚାଲୁଥିବା ବେଳେ ରାଜ୍ୟ ସରକାରଙ୍କ ୫ଟି ଯୋଜନା ରେ ଅନ୍ତର୍ଭୁକ୍ତ ଏହି ବିଦ୍ୟାଳୟ କୁ ଅନୁଦାନ ମିଳିବା ପରେ ନୂତନ ସ୍ଥାନରେ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ବ୍ଲକ ପ୍ରଶାସନ ପକ୍ଷରୁ ସ୍କୁଲ ନିର୍ମାଣ ପାଇଁ।ଲେ ଆଉଟ ଦେବା ଅବସର ରେ କୋକସରା ବିଡ଼ିଓ ଉତ୍ତମ କୁମାର ବାଗ,କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଧର୍ମଗଡ଼ ବିଧାନସଭା ସଭାପତି ମାନସ ରଞ୍ଜନ ବାଗ, ସହକାରୀ ଯନ୍ତ୍ରୀ ସର୍ବେଶ୍ୱର ପ୍ରଧାନ, କନିଷ୍ଠ ଯନ୍ତ୍ରୀ ଅମ୍ବିକା ମାଝୀ,ନାଏବ ସରପଞ୍ଚ ଖଗେଶ୍ୱର ବାଣୁଆ ସ୍କୁଲ ପରିଚାଳନା କମିଟିର ର କର୍ମକର୍ତ୍ତା ଶିଵ ପ୍ରସାଦ ବାଣୁଆ, ଚନ୍ଦ୍ର ଶେଖର ବାଣୁଆ, ଖଗେଶ୍ୱର ପାଣିଗ୍ରାହୀ ସ୍କୁଲ ଶିକ୍ଷକ କର୍ମଚାରୀ ଓ ଗ୍ରାମବାସୀ ମାନେ ଉପସ୍ଥିତ ରହି ସ୍କୁଲ ନିର୍ମାଣ କାର୍ଯ୍ୟ କେମିତି ଶୀଘ୍ର ଆରମ୍ଭ ହେବ ସେନେଇ ସହକାରୀ ଯନ୍ତ୍ରୀ, ବ୍ଲକ ଉପାଧ୍ୟକ୍ଷ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଙ୍କ ସହ ଆଲୋଚନା କରିଥିଲେ। ଏହି ସ୍କୁଲ ନିର୍ମାଣ ପାଇଁ ଆବଶ୍ୟକ ମୁତାବକ ଅନୁଦାନ ନଥିବାରୁ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଓ ଡୁଡୁକାଠେଙ୍ଗା ପଞ୍ଚାୟତ ସରପଞ୍ଚ ହରିପ୍ରିୟା ନାଗ ଙ୍କ ମିଳିତ ଉଦ୍ୟମ ରେ ଗ୍ରାମବାସୀ ମାନେ ମୁକ୍ତ ହସ୍ତରେ ଦାନ ଅଭିଯାନ ରେ ସ୍କୁଲ ନିର୍ମାଣ ପାଇଁ ୧୦ ଲକ୍ଷ ଆର୍ଥିକ ସହାୟତା ସଂଗ୍ରହ କରିଛନ୍ତି।