Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିଏସପି ପ୍ଲସ ରେ ନିଯୁକ୍ତି ପାଇଁ ଅଗ୍ରାଧିକାର ଦାବି କଲେ କର୍ମଚାରୀ

କୋକସରା:୨୪/୦୮ ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଧିନ ରେ ରହିଥିବା ବିଭିନ୍ନ ଗ୍ରାହକ ସେବା କେନ୍ଦ୍ର (ସିଏସପି) ରେ ନିୟୋଜିତ କର୍ମଚାରୀ ଙ୍କୁ ଅଗ୍ରାଧିକାର ଭିତ୍ତିରେ ସ୍ଥାପନ ହେବାକୁ ଥିବା ସିଏସପି ପ୍ଲସ କେନ୍ଦ୍ର ରେ ନିଯୁକ୍ତି ଦେବାକୁ କୋକସରା ସିଏସପି ସଙ୍ଘ ପକ୍ଷରୁ।କୋକସରା ବିଡ଼ିଓ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦିର୍ଘ ୧୦ ବର୍ଷ ରୁ ଉର୍ଦ୍ଧ ସମୟ ଧରି ଗ୍ରାମାଞ୍ଚଳରେ ବ୍ୟାଙ୍କ ପକ୍ଷରୁ ଗ୍ରାହକ ଙ୍କୁ ସେବା ପ୍ରଦାନ ଦିଆଯାଉଛି। ବ୍ୟାଙ୍କ ମିତ୍ର ଭାବେ କାର୍ଯ୍ୟ କରୁଥିବା ଏହି କର୍ମଚାରୀ ମାନେ ସରକାର ଙ୍କ ବିଭିନ୍ନ ଯୋଜନା ମଧୁବାବୁ ପେନସନ,ପିଏମ କିଷାନ, ବାର୍ଦ୍ଧକ୍ୟ ଭତ୍ତା, ମନରେଗା, ଯୋଜନାରେ ହିତାଧିକାରୀ ଓ ଶ୍ରମିକ ଙ୍କୁ ଅର୍ଥ ପ୍ରଦାନ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ରାଜ୍ୟ ସରକାର ପ୍ରତି ପଞ୍ଚାୟତ ରେ ଗୋଟିଏ ଲେଖାଏଁ ସିଏସପି ପ୍ଲସ କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି।ଫଳରେ ବ୍ୟାଙ୍କ ଦ୍ୱାରା ପରିଚାଳିତ ଗ୍ରାହକ ସେବାକେନ୍ଦ୍ର ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଉଛି। ଏଠାରେ କାର୍ଯ୍ୟ କରୁଥିବା ଯୁବକ ଯୁବତୀ ମାନେ କର୍ମ ନିଯୁକ୍ତି ହରାଇବା ନେଇ ଆଶଙ୍କା କରାଯାଉଛି।ତେଣୁ ସରକାର ଙ୍କ ଦ୍ଵାରା ଖୋଲିବାକୁ ଥିବା ସିଏସପି ପ୍ଲସ ରେ ପରିଚାଳକ ଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବାପାଇଁ ବିଡ଼ିଓ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ ଦାବିପତ୍ର ରେ ଉଲ୍ଲେଖ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ କୋକସରା ବ୍ଲକ ର ବିଭିନ୍ନ ସିଏସପି ର ପରିଚାଳକ ସୋମେଶ୍ୱର ନାଏକ, ଦେବେଶ୍ୱର ସାଗର, ରମେଶ କୁମାର ସାହୁ, ମୁକୁନ୍ଦ ମାଝୀ, ଶରତ କୁମାର ଦାସ, କ୍ଷମା ସତନାମୀ, ବିଭୁତି ଭୂଷଣ ମାଝୀ, ସବିତା ସାହୁ ମାନେ ଉପସ୍ଥିତ ରହିଥିଲେ।