Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋତୋମୁଣ୍ଡା ପଞ୍ଚାୟତ କୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ସହ ସରକାରୀ ସହାୟତା ଯୋଗାଇଦେବାକୁ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ।

କୋକସରା:୨୪/୦୮ କୋକସରା ବ୍ଲକ ଗୋତୋମୁଣ୍ଡା ପଞ୍ଚାୟତ ରେ ଚଳିତ ବର୍ଷ ଅନାବୃଷ୍ଟି ଯୋଗୁ ସମ୍ଭାବ୍ୟ ମରୁଡି ପରିସ୍ଥିତି ଦେଖା ଦେଇଥିବା ବେଳେ ବୁଧବାର ଗୋତୋମୁଣ୍ଡା ପଞ୍ଚାୟତ ଅଧୀନରେ ଥିବା ଚାଷୀମାନେ କୋକସରା ତହସିଲ କାର୍ଯ୍ୟାଳୟ ରେ ପହଞ୍ଚି ସ୍ଥାନୀୟ ତହସିଲଦାର ଙ୍କୁ ପଞ୍ଚାୟତ କୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଓ ସରକାରୀ ସହାୟତା ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି। ଚଳିତ ବର୍ଷ ଗୋତୋମୁଣ୍ଡା ପଞ୍ଚାୟତ ରେ ନିଆଣ୍ଟିଆ ବର୍ଷା କାରଣ ରୁ ବର୍ତମାନ ସୁଦ୍ଧା ଚାଷ କାର୍ଯ୍ୟ ପଛେଇ ଯାଇଛି। ଚାଷୀମାନେ ବିଭିନ୍ନ ବ୍ୟାଙ୍କ ସମବାୟ ସମିତି,ଫାଇନାନ୍ସ।କମ୍ପାନୀ ଓ ମହାଜନି ଋଣ ଆଣି ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ ହେଲେ ବର୍ଷା ଦାଉ ସାଧିଲା।ପଞ୍ଚାୟତ ରେ ଜଳ ସେଚନ ପାଇଁ କୌଣସି ସୁବିଧା ନଥିବା ବେଳେ ବର୍ଷା ଅଭାବ ରୁ ଯେଉଁ ସବୁ ଜଳଉତ୍ସ ଓ ଚେକଡେମ ଅଛି ତାହା ମଧ୍ୟ ଚାଷ ପାଇଁ ଆବଶ୍ୟକ ଜଳସେଚନ ପାଇଁ ସହାୟକ ହୋଇ ପାରିନାହିଁ।ଏଭଳି ସ୍ଥିତି ରେ ଚାଷ କାର୍ଯ୍ୟ ଠପ ହୋଇ ପଡିଛି। ବୁଧବାର ଅଞ୍ଚଳ ର ଚାଷୀମାନେ ସମ୍ଭାବ୍ୟ ମରୁଡି ସ୍ଥିତି ଆକଳନ କରି କୋକସରା ତହସିଲଦାର ଦେବବ୍ରତ କରାଟି ଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଓ ଗୋତୋମୁଣ୍ଡା ପଞ୍ଚାୟତ କୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ସହ ଇନପୁଟ ସବସିଡ଼ି ଓ ମରୁଡି ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି। ଦାବିପତ୍ର ପ୍ରଦାନ ସମୟ ରେ ପାର୍ଥବ ମାଝୀ,ପଙ୍କଜ ମାଝୀ, ହୃଷିକେଶ ମାଝୀ, ମଧୁସୂଦନ ସୌରୀ, ଦୋଳଗୋବିନ୍ଦ ବାଗ, ମୁକୁନ୍ଦ ନାଗେଶ, ବିଭୁତି ପୋଟା, ଭରତ ନାଗେଶ, ରୂପଧାର କାଣ୍ଡ, ଉପେନ୍ଦ୍ର ଗୋପାଳ, କ୍ଷୀରସିନ୍ଧୁ ନାଏକ, ରାମଚନ୍ଦ୍ର ପୁଝାରି,ଶ୍ରୀରାମ ଗୋପାଳ, ଚନ୍ଦ୍ରଶେଖର ସୁନା ଓ ଅନ୍ୟ ଚାଷୀମାନେ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ