Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ !

ଭୁବନେଶ୍ଵର: ସାଧାରଣ ନିର୍ବାଚନକୁ ବର୍ଷେରୁ କମ ସମୟ ବାକି ରହିଛି। ରାଜ୍ୟରେ ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତିରେ ଲାଗି ଗଲେଣି। ଏହି ସବୁ ମଧ୍ୟରେ ଓଡ଼ିଶା କଂଗ୍ରେସ ପାଇଁ ଆସିଛି ବଡ଼ ଖବର। ଆସନ୍ତା ଅକ୍ଟୋବରରେ ଓଡ଼ିଶା ଆସି ପାରନ୍ତି କଂଗ୍ରେସର ପୂର୍ବତନ ସାଂସଦ ତଥା ଓ୍ଵାୟାନାଡ଼ର ସାଂସଦ ରାହୁଲ ଗାନ୍ଧୀ। ରାହୁଲ ଓଡ଼ିଶା ଆସିବା ନେଇ ବିଧାୟକ ଅଧିରାଜ ପାଣିଗ୍ରାହୀ ଶୁକ୍ରବାର ସୂଚନା ଦେଇଛନ୍ତି।

ସେ କହିଛନ୍ତି ୫ ବିଧାୟକ ଦିଲ୍ଲୀ ଯାଇ ରାହୁଲଙ୍କୁ ଭେଟିଥିବା ସେ କହିଛନ୍ତି। କେବଳ ରାହୁଲ ନୁହନ୍ତି ତାଙ୍କ ସହ ଦଳର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଅକ୍ଟୋବର ଶେଷ ସୁଦ୍ଧା ଓଡ଼ିଶା ଆସିବେ। ୪ଟି ଜୋନରେ ରାହୁଲ ସଭା କରିବେ ବୋଲି ଯୋଜନା ରହିଛି ବୋଲି ଅଧିରାଜ କହିଛନ୍ତି।

ରାହୁଲ ଯଦି ଓଡ଼ିଶା ଆସୁଛନ୍ତି ତାହା ନିଶ୍ଚିତ ରୂପେ ଓଡ଼ିଶା କଂଗ୍ରେସ ପାଇଁ ଆଶ୍ଵସ୍ତିକର ବିଷୟ। ବିଜେପି ଓଡ଼ିଶାରେ ବିରୋଧୀ ଦଳ ଆସନରେ ରହିଛି। କିନ୍ତୁ କେନ୍ଦ୍ରୀୟ ନେତା ବାରମ୍ବାର ଓଡ଼ିଶା ଗସ୍ତ କରି ଦଳର ସାଂଗଠନିକ ମଜବୁତ ଉପରେ ପାର୍ଟି ନେତାଙ୍କ ସହ ଆଲୋଚନା କରୁଛନ୍ତି। କିନ୍ତୁ କଂଗ୍ରେସ ଦଳରେ ତାହା ଦେଖିବାକୁ ମିଳୁନାହିଁ। କେବଳ ପ୍ରଭାରୀ ଚେଲ୍ଲାକୁମାରଙ୍କୁ ବାଦ୍ ଦେଲେ ଜାତୀୟସ୍ତରର ବଡ଼ ନେତାଙ୍କୁ ଓଡ଼ିଶା ଆସିବା ଏବଂ କର୍ମୀଙ୍କ ସହ ଆଲୋଚନା କରିବା ଦେଖାଯାଉ ନାହିଁ। ଯଦି ରାହୁଲ ଅକ୍ଟୋବରରେ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଓଡ଼ିଶା ଆସନ୍ତି ତେବେ ଏହା ଓଡ଼ିଶା କଂଗ୍ରେସ କର୍ମୀଙ୍କୁ ଉତଫୁଲ୍ଲିତ କରିପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ