Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଧାୟକ ପାଣିଗ୍ରାହୀଙ୍କ ବାଟ ଓଗାଳିଲେ ବିଜେଡି କର୍ମୀ, ଅଣ୍ଡା ମାଡ଼-ପଥର ମାଡ଼, ଦୁଇ ଗୋଷ୍ଠୀ ମଧ୍ୟରେ ପିଟାପିଟି

ବ୍ରହ୍ମପୁର: ବ୍ରହ୍ମପୁର ରାସ୍ତାରେ ହାଇଡ୍ରାମା। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଓଭର ବ୍ରିଜ ନିକଟରେ ବାଟ ଓଗାଳିଲେ ସ୍ଥାନୀୟ ବିଜେଡି କର୍ମୀ। ଗୋ ବ୍ୟାକ୍ ନାରା ଦେଇ ବିଜେଡି କର୍ମୀ ରାସ୍ତ ଛାଡି ଲେନି। ଘଟଣାସ୍ଥଳରେ  ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକ ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି। ରାସ୍ତାର ବିଭିନ୍ନ ଜାଗାରେ ଦୁଇ ଗୋଷ୍ଠୀ ମଧ୍ୟରେ ଠେଲାପେଲା ହୋଇଛି। ପ୍ରଦୀପଙ୍କ ଗାଡ଼ି ଉପରେ ଚଢି ଯାଇଥିବା କିଛି ଯୁବକଙ୍କୁ ସମର୍ଥକ ଘୋଷାଡି ନେଇଛନ୍ତି। ଫାଇଭ-ଟି ସଚିବଙ୍କୁ ଚ୍ୟାଲେଞ୍ଜ କରି ବ୍ରହ୍ମପୁର ଯିବା ରାସ୍ତାରେ ଏମିତି କାଣ୍ଡ ଦେଖିବାକୁ ମିଳିଛି।

ପୁଣି ଲାଞ୍ଜିପଲ୍ଲୀ ନିକଟରେ ରାସ୍ତା ମଝିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ପ୍ରଦୀପଙ୍କ ଗାଡ଼ିକୁ ଅଟକାଇ ଗାଡ଼ି ଉପରେ ଚଢି ଯାଇଛନ୍ତି ବିରୋଧୀ ଗୋଷ୍ଠୀ। ବିପକ୍ଷ ଗୋଷ୍ଠୀଙ୍କୁ ଗାଡ଼ିରୁ ଘୋଷାଡ଼ି ନେଲେ ପ୍ରଦୀପଙ୍କ ସମର୍ଥକ। ଏପରିକି ପୋଲିସ ଉପସ୍ଥିତିରେ ଉଭୟ ଗୋଷ୍ଠୀ ପିଟାପିଟି ହୋଇଛନ୍ତି। ଖାଲି ସେତିକି ନୁହେଁ ବ୍ରହ୍ମପୁର ଯିବା ବାଟରେ ପ୍ରଦୀପ ପାଣିଗ୍ରାହୀଙ୍କ କାର୍ ଉପରକୁ ଅଣ୍ଡାମାଡ଼, ବୋତଲ ମାଡ଼ ଓ ପଥରମାଡ଼ କରିଛନ୍ତି ବିଜେଡି କର୍ମୀ। ଶହ ଶହ ଅଣ୍ଡା ମାଡ଼ରେ ପ୍ରଦୀପଙ୍କ ଗାଡ଼ି ଜୁଡୁବୁଡୁ ହୋଇ ଯାଇଛି।  ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ନିଜ ଆୟତ୍ତକୁ ନେବାକୁ ଉଦ୍ୟମ କରୁଛି।

ରାସ୍ତାରେ ଅଟକାଇବା ନେଇ ପ୍ରଦୀପ ପାଣିଗ୍ରାହୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ,  ମୁଁ ଆସିବା ପୂର୍ବରୁ ବ୍ରହମ୍ପୁର ଏସପିଙ୍କୁ ଜଣାଇଥିଲି। ଏସପି ସମ୍ମତି ଦେଇଥିଲେ ବି ଏ ଯାଏ କିଛି ବ୍ୟବସ୍ଥା କରି ନାହାନ୍ତି। ଜଣେ ସଚିବଙ୍କୁ ସୁରକ୍ଷା ପାଇଁ 4 ହଜାର ପୋଲିସ୍ ବ୍ୟବସ୍ଥା କରାଯାଇଛି। କିନ୍ତୁ ଜଣେ ପ୍ରତିନିଧିଙ୍କ ପାଇଁ କିଛି ବ୍ୟବସ୍ଥା ନାହିଁ। ମୋ ଗାଡ଼ିକୁ ଏନଏଚରେ ଅଟକା ଯାଇଛି।

ଏ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ମୁଖ୍ୟମନ୍ତ୍ରୀ ଭଦ୍ର ଲୋକ, ତାଙ୍କ ନାଁକୁ ନେଇ ଏମାନେ ଶାସନ କରୁଛନ୍ତି। ଯଦି ମୁଖ୍ୟମନ୍ତ୍ରୀ ଚେହେରା ବଦଳି ଯିବ, ଏମାନେ ପୂରା ମାଟିରେ ମିଶିଯିବେ। ଅାଉ କେହି ମୁଖ୍ୟମନ୍ତ୍ରୀ ହେଲେ ଏମାନେ ବନ୍ଧା ହୋଇ ଭିତରକୁ ଯିବେ। ଜେଲ୍ ଯିବା ଭୟରେ ଏମାନେ ଶାସନକୁ ଜାବୁଡ଼ି ଧରିଛନ୍ତି ବୋଲି ଗୋପାଳପୁର ବିଧାୟକ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ