Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଖଣ୍ଡଳମଣି ବୋଲ ବମ ସଂଘ ପକ୍ଷରୁ ପାରାୟଣ ପାଇଁ କଳସ ଯାତ୍ରା

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ଆଖଣ୍ଡଳମଣି ବୋଲ ବମ ସଂଘ ,ଡୁକେରମାଲ ପକ୍ଷରୁ ପାରାୟଣ ପାଇଁ ଶନିବାର କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଭକ୍ତ ମାନେ କଳସ ଶୋଭାଯାତ୍ରାରେ ରେ ବାହାରି ନିକଟସ୍ଥ ସରବରା ଜୋର ଠୁଁ କଳସ ରେ ଜଳ ଆଣି ପୂଜା ମଣ୍ଡପ ରେ ପହଞ୍ଚିଥିଲେ।ତେବେ ରବିବାର, ସୋମବାର, ମଙ୍ଗଳବାର ତିନି ଦିନ ବ୍ୟାପି ହେବାକୁ ଥିବା ତୁଳସୀ ରାମାୟଣ ପାରାୟଣ କାର୍ଯ୍ୟକ୍ରମ ରେ କର୍ତ୍ତା ଭାବେ ଭବାନୀ ଶଙ୍କର ସାହୁ ଓ ତାଙ୍କ ପତ୍ନୀ ଚିନ୍ମୟୀ ସାହୁ ରହିଥିବା ବେଳେ ପୂଜକ ନୃସିଂହ ଚରଣ ତ୍ରିପାଠୀ, ପାଟଣାଗଡ ର ପାରାୟଣ ଗାୟିକା ସୁଶ୍ରୀ ବର୍ଷା ରାଣୀ ତ୍ରିପାଠୀ ରହିଛନ୍ତି। ପାରାୟଣ କାର୍ଯ୍ୟ କୁ ସୁପରିଚାଳନା ନିମନ୍ତେ ସଭାପତି ଚନ୍ଦ୍ରଭାନୁ ସାହୁ,ସମ୍ପାଦକ କୁଞ୍ଜ ସାହୁ,କଳ୍ପ ସାହୁ, କାଂହୁ ଚରଣ ସାହୁ, ମନ୍ଦିର ସାହୁ, ଉଦ୍ଧବ ସାହୁ, ଆକାଶ ସାହୁ, ବିକ୍ରମ ମାଝୀ ,ମିଟୁ ସାହୁ ସୁନଧାର ସାହୁ, ଜଗଦୀଶ ଭୋଇ ଙ୍କ ସମେତ ଅନ୍ୟ ମାନେ ଦାୟିତ୍ୱ ରେ ରହିଛନ୍ତି।କମିଟି ପକ୍ଷରୁ ପ୍ରତେକ ଦିନ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅର୍ଣ୍ଣ ପ୍ରସାଦ ର ବ୍ୟବସ୍ଥା ଥିବା କମିଟି ସମ୍ପାଦକ କୁଞ୍ଜ ସାହୁ ସୂଚନା ଦେଇଛନ୍ତି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ