Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାବିଦ୍ୟାଳୟ ପାଇଁ ଚିହ୍ନଟ ଭିତ୍ତିଭୂମିର ସ୍ଥିତି ଫୁଲବାଣୀ ବିଧାୟକ ଅନୁଧ୍ୟାନ କଲେ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲନ୍ଦାପଡା ଠାରେ ନୂତନ ଭାବରେ ଖୋଲା ଯାଇଥିବା ଯୁକ୍ତ ଦୁଇ ମହାବିଦ୍ୟାଳୟ ପାଇଁ ଚିହ୍ନଟ କରାଯାଇଥିବା ଜମି ସହ ଭିତିଭୂମିର ସ୍ଥିତି ଅନୁଧ୍ୟାନ କରିଛନ୍ତି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର। ତେବେ ଚଳିତ ଶିକ୍ଷା ବର୍ଷରେ ଅଞ୍ଚଳବାସୀଙ୍କ ଦାବି ଅନୁଯାୟୀ ରାଜ୍ୟ ସରକାର ଏହି ବାଲନ୍ଦାପଡା ଠାରେ ଏକ ଯୁକ୍ତ ଦୁଇ ମହାବିଦ୍ୟାଳୟ ଖୋଲିଥିବା ବେଳେ ବର୍ତମାନ ଏହି ମହାବିଦ୍ୟାଳୟଟି ବାଳନ୍ଦାପଡା ଉଚ୍ଚବିଦ୍ୟାଳୟରେ ଚାଲିଛି। ଚଳିତ ବର୍ଷ ଯୁକ୍ତ ଦୁଇରେ ଅଂଚଳର ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ତେବେ ଏହି ଉଚ୍ଚ ବିଦ୍ୟାଳୟ ପରିସରରେ ଯୁକ୍ତ ଦୁଇ ଛାତ୍ର ଛାତ୍ରୀଙ୍କ ପାଠ ପଢା ପାଇଁ କୋଠରୀ ଅଭାବ ପରିଲକ୍ଷିତ ହୋଇଥିବା ବେଳେ ଏହାକୁ ନେଇ ଫୁଲବାଣୀ ବିଧାୟକଙ୍କ ସହ ଅଞ୍ଚଳବାସୀ ମହାବିଦ୍ୟାଳୟ ପାଇଁ ଜମି ଯୋଗାଇ ଦେବା ନେଇ ସରକାରଙ୍କୁ ଅନୁରୋଧ କରିଥିଲେ। ରାଜ୍ୟ ସରକାର ଏହି ବାଲନ୍ଦାପଡା ମହାବିଦ୍ୟାଳୟ ପାଇଁ ଜମି ଯୋଗାଇ ଦେବା ସହ ମହାବିଦ୍ୟାଳୟ ନିର୍ମାଣ ପାଇଁ କୋଟିଏରୁ ଅଧିକ ଅର୍ଥ ଅନୁମୋଦନ କରିଥିବା ବିଧାୟକ ସୂଚନା ଦେଇଛନ୍ତି।