Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧୃତରାଷ୍ଟ୍ର ନ ହୋଇ ମୁଖ୍ୟମନ୍ତ୍ରୀ ରାଜଧର୍ମ ପାଳନ କରନ୍ତୁ: ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ଵର: କାଲିର ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ସୋମବାର ଟୁଇଟ୍ କରି ସେ ମୁଖ୍ୟମନ୍ତ୍ରୀଙ୍କୁ ଫଟୋ ସମ୍ବଳିତ ପ୍ରମାଣପତ୍ର ସହ କ୍ଷୋଭ ପ୍ରକାଶ କରିଛନ୍ତି। ଟେକା ପଥର, ଅଣ୍ଡା, କଳା ପତାକା ଧରିଥିବା ମହିଳାଙ୍କ ଫଟୋ ପୋଷ୍ଟ କରିଛନ୍ତି। ସେ କହିଛନ୍ତି ସଶକ୍ତୀକରଣ ନାଁରେ ମିଶନ ଶକ୍ତିର ମହିଳାମାନଙ୍କୁ ଆକ୍ରମଣରେ ଲଗାଯାଉଛି।

ଅପରାଜିତ କହିଛନ୍ତି ମୁଁ ଜଣେ ନିର୍ବାଚିତ ମହିଳା ସାଂସଦ। ମୋ ଉପରେ ଆକ୍ରମଣ ଉଦ୍ୟମ କରାଯାଉଛି। ଏହା କଣ ପ୍ରକୃତ ମିଶନ ଶକ୍ତି ବୋଲି ଭୁବନେଶ୍ଵର ସାଂସଦ ପ୍ରଶ୍ନ କରିଛନ୍ତି। ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ନ ହୋଇ ରାଜଧର୍ମ ପାଳନ କରନ୍ତୁ। କାଲି ଅଠାନ୍ତର ପଞ୍ଚାୟତ ଗିରିଙ୍ଗ ଛକରେ ଅପରାଜିତଙ୍କୁ ବିରୋଧ କରିଥିଲେ ବିଜେଡି କର୍ମୀ।

ସୂଚନାଯୋଗ୍ୟ, ଗତକାଲି ମଧ୍ୟ ବିଭିନ୍ନ ସ୍ଥାନରେ ବିରୋଧ ସମ୍ମୁଖୀନକୁ ନେଇ ଅପରାଜିତା ନିଜର ପ୍ରତିକ୍ରିୟା ରଖିଥିଲେ। ସେ କହିଛନ୍ତି ମୁଁ ଜଣେ ମହିଳା ସାଂସଦ। ମୋ ସୁରକ୍ଷା ଦାୟିତ୍ଵ ରାଜ୍ୟ ସରକାରଙ୍କର। ଗତ ୩ ତିନି ଦିନ ହେବ ବିଭିନ୍ନ ଗସ୍ତରେ ବିରୋଧ ପ୍ରଦର୍ଶନ ହେଉଛି। ଏହାକୁ ବିରୋଧ ନୁହେଁ ଗୁଣ୍ଡାଗର୍ଦ୍ଦି ବୋଲି କହିବି କହିଥିଲେ ଭୁବନେଶ୍ଵର ସାଂସଦ ଅପରାଜିତା। ଏହାପରେ ଯେଉଁଠି ବିଶୃଙ୍ଖଳା ହେବ ରାଜ୍ୟ ସରକାର ଦାୟୀ ରହିବେ। ଯେଉଁଠି ବିଶୃଙ୍ଖଳା ହେବ ସେହି ସ୍ଥାନରେ ହିଁ ମୁଁ ଧାରଣା ଦେବି। ଜଣେ ମହିଳା ହିସାବରେ ମୁଁ ନିଜକୁ ଅସୁରକ୍ଷିତ ମନେ କରୁଛି ବୋଲି ସେ କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ