ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା ଭିତରେ ଓଡ଼ିଶା ଆସିବେ ଇସିଆଇ ଅଧିକାରୀ


ଭୁବନେଶ୍ଵର: ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା ଜୋର ଧରିଛି। ଏହାକୁ ନେଇ ରାଜନୀତି ମଧ୍ୟ ସରଗରମ। ତେବେ ଏସବୁ ଭିତରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ନିକୁଞ୍ଜ ଧଳ । ସେ କହିଛନ୍ତି ସେପ୍ଟେମ୍ବର ୧୩ ତାରିଖରେ କେନ୍ଦ୍ର ନିର୍ବାଚନ ଆୟୋଗ ତଥା ଇସିଆଇର ବରିଷ୍ଠ ଅଧିକାରୀ ଓଡ଼ିଶା ଆସୁଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ନିର୍ବାଚନ ସମ୍ବନ୍ଧରେ ଆଲୋଚନା କରିବେ । ତାଙ୍କର ଏହି ମନ୍ତବ୍ୟ ପରେ ରାଜ୍ୟରେ ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି।

ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ପ୍ରସ୍ତୁତି କରାଯାଉଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ରାଜ୍ୟରେ ନିର୍ବାଚନ ପାଇଁ ଆବଶ୍ୟକ ଅନୁସାରେ ଇଭିଏମ୍ ପହଞ୍ଚି ସାରିଛି । ଏ ପର୍ଯ୍ୟନ୍ତ ସବୁ ଜିଲ୍ଲାକୁ ଭିଭିପାଟ୍ ଆସିନ ଥିବା ବେଳେ କେବଳ ୯ଟି ଜିଲ୍ଲା ପାଇଁ ଭିଭିପାଟ ପହଞ୍ଚି ସାରିଛି । ଆସନ୍ତା ଅକ୍ଟୋବର ମାସରେ ସମସ୍ତ ଇଭିଏମ୍ ଓ ଭିଭିପାଟ ଯାଞ୍ଚ  ହେବ । ଭୋଟର ତାଲିକା ସଂଶୋଧନ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ କରାଯାଉଛି । ତେବେ  ଆଗୁଆ ନିର୍ବାଚନ ସହ ଏହାର କୌଣସି ସମ୍ପର୍କ ନଥିବା ରାଜ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଅକ୍ଟୋବର ପ୍ରଥମ ସପ୍ତାହରୁ ଇଭିଏମ ମେସିନର ଟେଷ୍ଟିଂ  କାମ ଆରମ୍ଭ ହେବ । ନଭେମ୍ବର ୧୫ ସୁଦ୍ଧା ଟେଷ୍ଟିଂ କାମ ସରିବା ଲକ୍ଷ୍ୟ ରହିଛି । ଭାରତ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ଦ୍ଵାରା ନିଷ୍ପତ୍ତି ଅନୁସାରେ କାମ ହେବା ୧୭ ଅକ୍ଟୋବରରେ ଡ୍ରାଫ୍ଟ ଭୋଟର ଲିଷ୍ଟ ତାଲିକା ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି ।