Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫାଇଭ ଟି ସାର୍ଟ ପିନ୍ଧି ଏବେ ଓଡ଼ିଆଙ୍କୁ ବାଡ଼େଇବା ଆରମ୍ଭ କରିଛନ୍ତି ଶାସକ ଦଳ: ବିଜୟ ପଟ୍ଟନାୟକ

ଭୁବନେଶ୍ଵର: ରାଜ୍ୟ ସାରା ଫାଇଭ୍-ଟି ସଚିବଙ୍କ ଗସ୍ତକୁ ନେଇ ରାଜନୀତି ସହ ବିବାଦ ମଧ୍ୟ ବଢିବାରେ ଲାଗିଛି। ରାଜନୈତିକ ଦଳମାନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଛି। ଏହିକ୍ରମରେ ୫ଟି-ସାର୍ଟ ପିନ୍ଧି ଗୁଣ୍ଡାରାଜ ଘଟଣାକୁ ନିନ୍ଦା କରିଛନ୍ତି ବିଜୟ ପଟ୍ଟନାୟକ। କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ବିଜୟ ପଟ୍ଟନାୟକ ଏହାକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଫାଇଭ ଟି ସାର୍ଟ ପିନ୍ଧି ଯେପରି ବାଡ଼ି ଧରି ବୁଲାଉଛନ୍ତି ତାହା ବିବ୍ରତ କରୁଛି।

ବିଜୟ ପଟ୍ଟନାୟକ କହିଛନ୍ତି, ଏମାନେ ଓଡ଼ିଆମାନଙ୍କୁ କଣ ଭାବୁଛନ୍ତି। ଓଡ଼ିଆମାନଙ୍କର ଚାକିରି ନେଲେ, କଣ୍ଟ୍ରାକ୍ଟ ନେଲେ, ଟ୍ରାନ୍ସପୋର୍ଟ ନେଲେ। ଏବେ ବାଡ଼େଇବା ଆରମ୍ଭ କରିଛନ୍ତି। ବର୍ତ୍ତମାନ ଓଡ଼ିଆମାନଙ୍କକୁ ବୁଲି ବୁଲି ବାଡ଼େଇବା ଆରମ୍ଭ କରି ଦେଇଛନ୍ତି। ଓଡ଼ିଶା ଲୋକେ ଏହାକୁ ବରଦାସ୍ତ କରିବେ ନାହିଁ। କଂଗ୍ରେସ ଏହାର ଦୃଢ ପ୍ରତିବାଦ କରିବ ବୋଲି ବିଜୟ ପଟ୍ଟନାୟକ କହିଛନ୍ତି। ଯେଉଁମାନେ ବିରୋଧ କରିଛନ୍ତି ସେମାନଙ୍କୁ ଧନ୍ୟବାଦ, ସମସ୍ତଙ୍କୁ ଏହିପରି ଘଟଣାକୁ ବିରୋଧ କରିବାକୁ ମୁଁ ଆହ୍ଵାନ କରୁଛି।

ସୂଚନାଯୋଗ୍ୟ, ବର୍ତ୍ତମାନ ଦୁଇ ଦିନିଆ ଯାଜପୁର ଜିଲ୍ଲା ଗସ୍ତରେ ଅଛନ୍ତି ଫାଇଭ ଟି ସଚିବ ଭିକେ କାର୍ତ୍ତିକେୟନ ପାଣ୍ଡିଆନ। ତାଙ୍କ ସୁରକ୍ଷା ଦାୟିତ୍ଵରେ ଥିବା ପୋଲିସ ପୋଷାକରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି। କିନ୍ତୁ ଫାଇଭଟିର ସାର୍ଟ ପିନ୍ଧି ହାତରେ ଠେଙ୍ଗା ଧରିଥିବା ଯୁବକମାନଙ୍କୁ ନେଇ ବିବାଦ ଦେଖା ଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ