Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ର କେନାଲ ସ୍ଥିତି ଓ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କଲେ ବିଧାୟକ

କୋକସରା:୩୧/୦୮ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ଅନେକ ପଂଚାୟତ ରେ ନିଆଣ୍ଟିଆ ବର୍ଷା କାରଣରୁ ସମ୍ଭାବ୍ୟ ମରୁଡି ପରିସ୍ଥିତି ଉପୁଜିଥିବା ଥିବାବେଳେ କୋକସରା ବ୍ଲକ କ୍ଷୁଦ୍ର ଜଳସେଚନ ଅଣୁ ବିଭାଗ ଅଧୀନରେ ରେ ରହିଥିବା ବେହେରା ଡ୍ୟାମ ର ବିସୃତ ଆଇକଟ ଅଞ୍ଚଳ ର ମାଟି ପୋତି ହେବା କାରଣରୁ ଡ୍ୟାମ ର ପରିଧି ପୋତି ହୋଇ ଜଳ ଧାରଣ କ୍ଷମତା ହ୍ରାସ ପାଇଛି,ଫଳରେ ଜଳସ୍ତର ସଙ୍କୁଚିତ ହେବାରେ ଲାଗିଛି। ବେହେରା ଡ୍ୟାମ ରୁ ଖରିଫ ଋତୁ ରେ ୨ ହଜାର ହେକ୍ଟର ଓ ରବି ଋତୁ ରେ ୫୦୦ ହେକ୍ଟର ଚାଷଜମି କୁ ଜଳସେଚନ ପାଇଁ ବ୍ୟବସ୍ଥା ରହିଛି ।ତେବେ ବିଗତ କିଛିବର୍ଷ ହେବ ଡ୍ୟାମ ରୁ ବାହାରିଥିବା ଦୁଇ ପାର୍ଶ୍ୱ ର କେନାଲ ମରାମତି ଅଭାବ ରୁ ଅନେକ ସ୍ଥାନରେ ଶୋଚନୀୟ ହେବା ସାଙ୍ଗକୁ ଭାଙ୍ଗିବା ଫଳରେ ତଳମୁଣ୍ଡ କୁ ଜଳସେଚନ ହେଉନଥିବା ନେଇ କରଲାଗୁଡା, ବୋବରିଆ, ଟେମରା, ମାଝୀଗୁଡା ଅଞ୍ଚଳ ର ଚାଷୀମାନେ ଅଭିଯୋଗ କରିଥିଲେ। ଚାଷି ଙ୍କ ଅଭିଯୋଗ ପରେ ବିଧାୟକ ବିଭାଗୀୟ ଅଧିକାରୀ ଙ୍କୁ ନେଇ ବେହେରା ଡ୍ୟାମ ଓ କେନାଲ ର ସ୍ଥିତି ଅନୁଧ୍ୟାନ କରିଛନ୍ତି ।ବିଧାୟକ ଙ୍କ ସହ ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ,କ୍ଷୁଦ୍ର ଜଳସେଚନ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଅସିତ କୁମାର ଚକ୍ରବର୍ତ୍ତୀ ସହକାରୀ ଯନ୍ତ୍ରୀ ବଣ୍ଟି ବାଗ କନିଷ୍ଠ ଯନ୍ତ୍ରୀ ହିମାଂଶୁ ଶେଖର ଦାସ,ଟେମରା ସରପଞ୍ଚ କ୍ଷିତିରାମ ପାତ୍ର, ସ୍ଥାନୀୟ ଚାଷୀମାନେ ଉପସ୍ଥିତ ରହିଥିଲେ। ଏନେଇ କୋକସରା କ୍ଷୁଦ୍ର ଜଳସେଚନ ବିଭାଗ ର କନିଷ୍ଠ ଯନ୍ତ୍ରୀ ହିମାଂଶୁ ଶେଖର ଦାସ ଙ୍କ ପ୍ରତିକ୍ରିୟା ନେବାରୁ କ୍ଷୁଦ୍ର ଜଳସେଚନ ବେହେରା ଡ୍ୟାମ ର ପୁନରୁଦ୍ଧାର ଓ କେନାଲ ମରାମତି ପାଇଁ ୧ କୋଟି ୫୦ ଲକ୍ଷ ଅନୁଦାନ ଆସିଛି। ଆଗାମୀ ଦିନରେ ଡ୍ୟାମ ଓ କେନାଲ ମରାମତି କାର୍ଯ୍ୟ ସମ୍ପାଦନ ହେବ ଓ ବିଧାୟକ ସେ ନେଇ ସ୍ଥିତି ଅନୁଧ୍ୟାନ କରିବାକୁ ଆସିଥିବା ନେଇ କହିଛନ୍ତି।