Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବ୍ୟବସ୍ଥା ଘେରରେ ସମରବଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ଝାରସୁଗୁଡା ୪/୯ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସମରବଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସମରବଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦୀର୍ଘ ଦିନ ହେଲା ଅବହେଳିତ ଅବସ୍ଥାରେ ପଡ଼ି ରହିଛି । ଉକ୍ତ ବିଦ୍ୟାଳୟରେ ୮୦ ଜଣ ଛାତ୍ରଛାତ୍ରୀ ଥିବା ବେଳେ ଶିକ୍ଷାଦାନ ପାଇଁ ମାତ୍ର ଦୁଇ ଜଣ ଶିକ୍ଷକ ରହିଛନ୍ତି । ଯାହାକୁ ନେଇ ଅଭିଭାବକ ମହଲରେ ଚିନ୍ତାର କାରଣ ପାଲଟିଛି ।
ମିଳିଥିବା ତଥ୍ୟ ଅନୁଯାୟୀ ସମରବଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟି ୧୯୬୦ ଜୁଲାଇ ୨୦ ତାରିଖ ଦିନ ଅଞ୍ଚଳରେ ପ୍ରଥମ କରି ସ୍ଥାପିତ ହୋଇଥିଲା । ଜାମଗାଁ ଜମିଦାର ସ୍ବର୍ଗତ ନରସିଂହ ପ୍ରସାଦ ସାଏ ଏବଂ ଝାରଗାଁ ଗୌନ୍ତିଆ ସ୍ବର୍ଗତ ଖଗେଶ୍ବର ବିଶ୍ୱାଳଙ୍କ ଉଦ୍ୟମ ଏବଂ ଅଞ୍ଚଳବାସୀଙ୍କ ସହଯୋଗରେ ଏହି ବିଦ୍ୟାଳୟଟି ଗଢ଼ି ଉଠିଥିଲା । ସେ ସମୟରେ କେବଳ ଷଷ୍ଠ ଓ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ବର୍ତ୍ତମାନ ସରକାରଙ୍କ ନୂତନ ଶିକ୍ଷା ନୀତି ଯୋଗୁଁ ଏଥିରେ ଅଷ୍ଟମ ଶ୍ରେଣୀ ମଧ୍ୟ ସଂଯୁକ୍ତ ହୋଇଛି । କିନ୍ତୁ ବିଦ୍ୟାଳୟ ସ୍ଥାପିତ ହେବାର ଦୀର୍ଘ ଦଶ ଦଶନ୍ଧି ଅତିବାହିତ ହୋଇ ଯାଇଥିବା ସତ୍ୱେ ଏଠାକାର ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ନ୍ୟରାଶ୍ୟ ଜନକ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହେଉଛି । ସେତେବେଳେ ଯେଉଁ ଆଜବେଷ୍ଟର ଛାଉଣୀ ଘରେ ବସି ଛାତ୍ରଛାତ୍ରୀ ମାନେ ପାଠ ପଢୁଥିଲେ ବର୍ତ୍ତମାନ ମଧ୍ୟ ସେଇ ଅବସ୍ଥା ରହିଛି । ଅସରାଏ ବର୍ଷା ହେଲେ ଛାତରୁ ପାଣିପଡ଼ି ସମସ୍ତ ଶ୍ରେଣୀ କୋଠରୀ ଗୁଡିକ ବର୍ଷା ପାଣିରେ ଓଦା ସର ସର ହୋଇ ଯାଉଛି । ଫଳରେ ଛାତ୍ରଛାତ୍ରୀ ମାନେ ଶ୍ରେଣୀ କୋଠରୀ ଭିତରେ ବସି ପାଠ ପଢ଼ିବା ତାଙ୍କ ପକ୍ଷେ ସମ୍ଭବପର ହେଉ ନଥିବା ସେମାନେ ପ୍ରକାଶ କରିଛନ୍ତି । ଉକ୍ତ ବିଦ୍ୟାଳୟରେ ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୮୦ ଜଣ ଛାତ୍ରଛାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୫୮ ଜଣ ଛାତ୍ର ଓ ଛାତ୍ରୀ ୨୨ ଜଣ ଅଧ୍ୟୟନ କରୁଛନ୍ତି । ସେମାନଙ୍କୁ ଶିକ୍ଷା ଦାନ ନିମନ୍ତେ ମାତ୍ର ଦୁଇ ଜଣ ଶିକ୍ଷକ ରହିଛନ୍ତି । ଯାହା ଫଳରେ ଶିକ୍ଷାଦାନ କ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହେଉଛି । ଉକ୍ତ ବିଦ୍ୟାଳୟକୁ ଝାରସୁଗୁଡା ଜିଲ୍ଲା ତଥା ପଡ଼ୋଶୀ ସୁନ୍ଦରଗଡ, ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଛାତ୍ରଛାତ୍ରୀ ମାନେ ପାଠ ପଢିବା ପାଇଁ ଆସୁଛନ୍ତି । ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଜଣେ ବିଜ୍ଞାନ ଏବଂ ଜଣେ କଳା ଶିକ୍ଷକ ଙ୍କୁ ନିଯୁକ୍ତି ପ୍ରଦାନ କରିବା ସହ ବିଦ୍ୟାଳୟକୁ ୫ଟି ଯୋଜନାରେ ସାମିଲ କରି ଆବଶ୍ୟକତା ମୁତାବକ ଆନୁସାଙ୍ଗିକ ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କ୍ଷମାନିଧି ମହାନନ୍ଦ, ଯୁଧିଷ୍ଠିର ପଧାନ, ମିଳନ ଅହିନ୍ଦା, ସଞ୍ଜୁ ଖଡ଼ିଆ, ବିପିନ ବଗାରଙ୍କ ସମେତ ସମରବଗା ପଞ୍ଚାୟତବାସୀ ଦାବି କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ