Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଭଳିବଲ ପ୍ରତିଯୋଗିତା

ଝାରସୁଗୁଡା ୫/୯ (ଓଡ଼ିଶା ନିୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଜାମଗାଁ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଜାମଗାଁ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଝାରସୁଗୁଡା ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଭଲିବଲ ପ୍ରତିଯୋଗିତା ସୋମବାର ଦିନ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ ବିମଳ କୁମାର ତାଣ୍ଡି ଯୋଗ ଦେଇଥିବା ବେଳେ ଅବସର ପ୍ରାପ୍ତ ଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ ଡମ୍ବରୁଧର ପୂଜାରୀ ଅବସରପ୍ରାପ୍ତ ବ୍ଲକ ଶାରୀରିକ ଶିକ୍ଷା ସମ୍ପାଦକ ଚେମାକାନ୍ତ ପଧାନ ବ୍ଲକ ଶାରୀରିକ ଶିକ୍ଷା ସମ୍ପାଦକ ନିତ୍ୟାନନ୍ଦ ନାଏକ ସସମ୍ମା8ଅତିଥି ରୂପେ ଯୋଗ ଦେଇଥିଲେ । ଝାରସୁଗୁଡା ଜିଲ୍ଲାର ପାଞ୍ଚୋଟି ବ୍ଲକରୁ ୬୦ ଜଣ ପ୍ରତିଯୋଗୀ ଓ ୧୩ ଜଣ ଅଫିସିଆଲ୍ ଯୋଗ ଦେଇଥିଲେ l ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବୀନ ଚନ୍ଦ୍ର ଭୋଇ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶାରୀରିକ ଶିକ୍ଷା ଶିକ୍ଷକ ଅଶୋକ ପାଢ଼ୀ ମଞ୍ଚ ପରିଚାଳନା କରିଥିଲେ । ସେହିପରି ଶାରୀରିକ ଶିକ୍ଷକ ସୁଶାନ୍ତ ପଟେଲ, ଆଦିତ୍ୟ ମେହେର, ଯଶୋବନ୍ତ ନାରାୟଣ ଭୋଇ, ଶିବ ଦାସ, ତ୍ରିଲୋଚନ ରଣା, ବଂଶୀଧର ପସାୟତ, ସୁକାନ୍ତ ବାଗ, ଯୋଗେଶ୍ୱର ରନବିଡା, ଗୌତମ ମୋଦି ପ୍ରମୁଖ ଖେଳ ପରିଚାଳନା କରିଥିଲେ l ବିଭିନ୍ନ ବିଦ୍ୟାଳୟ ମାନଙ୍କରୁ ଆସିଥିବା ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଓ କର୍ମଚାରୀ ସମେତ ପ୍ରଭାରାଣି ଚାନ୍ଦ, ଭୁବନେଶ୍ଵରୀ ମାଝୀ, ନିର୍ମଳ ବିଶ୍ଵାଳ, ମିତ୍ରଭାନୁ ସାହି, ଗୌର ଭୋଇ, ଅଶୋକ ପସାୟତ, ଅଶ୍ଵିନୀ ବଢେଇ, ପ୍ରଦୀପ ଦାସ, ଥଣ୍ଡା ରାମ, ନିମାଇଁ ଧୁରୁଆ ପ୍ରମୁଖ ଶୃଙ୍ଖଳିତ ଭବେ ସହଯୋଗ କରିବା ସହ ପ୍ରତିଯୋଗିତାକୁ ସଫଳ ରୂପାୟନ କରିଥିଲେ l ବରିଷ୍ଠ ଶାରୀରିକ ଶିକ୍ଷା ଶିକ୍ଷକ ବଂଶୀଧର ପସାୟତ ଧନ୍ୟବାଦ ଅପର୍ଣ କରିଥଲେ l

More Stories