Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲାରେ ୩ବର୍ଷ ସଶ୍ରମ କାରାଦଣ୍ଡାଦେଶ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ଫାଷ୍ଟ ଟ୍ରାକ କୋର୍ଟର ବିଚାରପତି ଅନୀତା ସାହୁ ଏକ ୧୭ ବର୍ଷିଆ ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲାର ୧୦ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଆଧାରରେ ବିଚାର କରି କୋଟଗଡ଼଼ ଥାନା ଅନ୍ତର୍ଗତ ଶ୍ରୀରାମପୁର ଅଞ୍ଚଳର ଧର୍ମେନ୍ଦ୍ର ପାତ୍ର (୨୭)କୁ ଦୋଷୀ ସାବ୍ୟସ୍ତ କରି ୩ବର୍ଷ ସଶ୍ରମ କାରାଦଣ୍ଡ ସହ ଏକ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଆଉ ଅଧିକ ତିନିମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ସୂଚନା ଅନୁସାରେ ପୀଡ଼ିତା ଭଉଣୀ ମାନଙ୍କ ସହ ରାତିରେ ଶୋଇଥିବା ବେଳେ ଅଭିଯୁକ୍ତ ଘରେ ପଶି ପୀଡ଼ିତାକୁ ଦୁଷ୍କର୍ମ ଉଦ୍ୟମ କଲାବେଳେ ପୀଡ଼ିତା ପାଟି କରିବାରୁ ଘରୁ ବାହାରି ଧାଇଁ ପଳେଇବା ବେଳେ ପୀଡିତା ପିତା ଏବଂ ଅନ୍ୟ ମାନଙ୍କ ହାତରେ ଧରାପଡ଼ିଥିଲା ଏବଂ ଏ ସଂକ୍ରାନ୍ତରେ କୋଟଗଡ଼ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା।