Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମରବଗା ସରସ୍ୱତୀ ଶିଶୁ ମନ୍ଦିର ରେ ଜନ୍ମାଷ୍ଟମୀ ଉତ୍ସବ

ଝାରସୁଗୁଡା ୬/୯ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସମରବଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସମରବଗା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି । ଚଳିତ ବର୍ଷ ଅଭିଭାବକ ମାନଙ୍କ ଆଗ୍ରହ କ୍ରମେ ପଡ଼ୋଶୀ ସୁନ୍ଦରଗଡ ଜିଲ୍ଲା ହେମଗିର ବ୍ଲକ ଅନ୍ତର୍ଗତ କେଶେରଜିମା ଗ୍ରାମରେ ଉକ୍ତ ଉତ୍ସବକୁ ଆୟୋଜନ କରା ଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ କେଶେରଜିମା ଗ୍ରାମର ଗୌନ୍ତିଆ ନିରଞ୍ଜନ ପଧାନ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ସେହିପରି ଅନ୍ୟ ନିମନ୍ତ୍ରୀତ ଅତିଥି ମାନଙ୍କ ମଧ୍ୟରେ ସମରବଗା ସରପଞ୍ଚ ଲିଲିମା ବାରିକ, ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସଭାପତି ନୀଳମଣି ବାରିକ, କୋଷାଧ୍ୟକ୍ଷ ଦିଲ୍ଲୀପ ପଧାନ, ବାଘମୁଣ୍ଡା ହାଇସ୍କୁଲର ସହକାରୀ ଶିକ୍ଷକ ରମେଶ ଚନ୍ଦ୍ର ଖମାରୀ ତଥା ଅବିଭାବକ ମାନଙ୍କ ମଧ୍ୟରେ ଶୁକଦେଵ ବିଶ୍ୱାଳ, ମଞ୍ଜିତ ପଧାନ, ଦେବେନ୍ଦ୍ର ପଧାନ, ଉସତରାମ ବାରିକ,ଅଶୋକ ଦାସ, ଅଶୋକ ସିଂହ ଦେଓ, ଚତୁର୍ଭୁଜ ବାରିକ, ଉପେନ୍ଦ୍ର ପଧାନ, ଶାନ୍ତନୁ ସାହୁ, ଜୟରାମ ସା ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।
ସମରବଗା ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଭୀଷ୍ମଦେଵ ପଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଗୁରୁମା ରୋହିଣୀ ପଧାନ ଓ ଗୁରୁମା ଝରଣା ବିଶ୍ୱାଳ ଶ୍ରୀକୃଷ୍ଣଙ୍କ ବିଷୟରେ ବୌଦ୍ଧିକ ଶିକ୍ଷା ପ୍ରଦାନ କରିଥିଲେ । ଏହା ପରେ ଶିଶୁ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବା ସହିତ ଶ୍ରୀକୃଷ୍ଣଙ୍କ ଭଜନର ତାଳେ ତାଳେ ରାଧା କୃଷ୍ଣ ବେଶଧାରୀ ଶିଶୁ ମାନେ ଦାଣ୍ଡିଆ ନୃତ୍ୟ କରି ଗାଁ ପରିକ୍ରମା କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ମହେନ୍ଦ୍ର କୁମାର ସାଏ ଧନ୍ୟବାଦ ଅର୍ପଣ କରିଥିଲେ । ସମରବଗା ସରସ୍ୱତୀ ଶିଶୁ ମନ୍ଦିର ର ଗୁରୁମା ସଞ୍ଜୁଲତା ପଧାନ, ଯାଜ୍ଞସିନୀ ମାଝୀ, ପ୍ରିୟଙ୍କା ସାହୁ, ମାଣିକ ମୁଣ୍ଡା, ଜୌସ୍ନାରାଣୀ ଭୋଇ, ସେବୀକା ମିନା ଧୁରୁଆଙ୍କ ସମେତ ଅବିଭାବକ, ଅବିଭାବିକା ତଥା କେଶେରଜିମା ଗ୍ରାମବାସୀ ସହଯୋଗ କରିଥିଲେ ଏବଂ ସମସ୍ତେ ଅନ୍ନ ପ୍ରସାଦ ସେବନ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ