ଖମେଶ୍ୱରୀ ପାଲି ନିକଟସ୍ଥ ମହାନଦୀ ପାଣିରେ ଛାଡିଲେ 5 ଲକ୍ଷ ଉନ୍ନତ ମାଛ ଜାଆଁଳା


ବୀରମହାରାଜପୁର : ମହାନଦୀ ରେ ମତ୍ସ୍ୟ ସମ୍ପଦ ର ସୁରକ୍ଷା ଓ ବଂଶ ବୃଦ୍ଧି ପାଇଁ ନିଆ ଯାଇଛି ପଦକ୍ଷେପ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉଫୁଲା ପଞ୍ଚାୟତ ର ଖମ୍ବେଶ୍ୱରୀପାଲି ସ୍ଥିତ ମହାନଦୀ ଘାଟ ରେ ଓ ବାଗବର ପଞ୍ଚାୟତ ର ବୁରୋଘାଟ ଗ୍ରାମର ମହାନଦୀ ଘାଟ ରେ ଗୁରୁବାର ଦିନ ଉନ୍ନତ ମାନର ମାଛ ଜାଆଁଳା ଛଡା ଯାଇଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ , ଓଡ଼ିଶା ସରକାର ଆନୁକୁଲ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ମତ୍ସ୍ୟ ଅଧିକାରୀ ଙ୍କ ସୌଜନ୍ୟ ରେ ମହାନଦୀରେ ମାଛ ଜାଆଁଳା ଛଡ଼ା ଯାଇଛି l ଏହା ଦ୍ବାରା ମହାନଦୀ କୂଳରେ ବସବାସ କରୁଥିବା ମତ୍ସ୍ୟଜୀବୀମାନେ ଉପକୃତ ହେବେ । ହାଇଦ୍ରାବାଦ ସ୍ଥିତ ଜାତୀୟ ମତ୍ସ୍ୟ ଉନ୍ନୟନ ବୋର୍ଡ ର ସହଯୋଗ ରେ ମହାନଦୀ ରେ ମତ୍ସ୍ୟ ବଂଶ ବୃଦ୍ଧି ସହିତ ଏହାର ସୁରକ୍ଷା ପାଇଁ ମାଛ ଛଡ଼ା ଯାଇଛି। ଖମ୍ବେଶ୍ୱରୀପାଲି ଠାରେ ମାଛ ଛଡାଗଲା ବେଳେ ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରସନ୍ନ ପଟ୍ଟନାୟକ , ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ତହସିଲଦାର ବିବିଧ ଗଡ଼ନାୟକ , ଉଫୁଲା ସରପଞ୍ଚ ଶ୍ରୀୟା କର୍ମୀ , ବୀରମହାରାଜପୁର ସହକାରୀ ମତ୍ସ୍ୟ ଅଧିକାରୀ ବିଭୂତି ପଧାନ , ଆତ୍ମା ଅଧ୍ୟକ୍ଷ ବିବସ୍ୱତି ପଣ୍ଡା , ୱାର୍ଡସଭ୍ୟା ଧରିତ୍ରୀ ବାଘ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଥିଲେ। ଏହା ସହିତ ମହାନଦୀ ରେ ବ୍ଲାଷ୍ଟିଂ କରି ମାଛ ନ ଧରିବା ସହ ବିଷାକ୍ତ ଜିନିଷ ଦେଇ ମାଛ ନ ମାରିବାକୁ ପରାମର୍ଶ ଦେଇଥିଲେ। ମହାନଦୀ ରେ ମାଛ ଛାଡ଼ିଲା ବେଳେ ଅଞ୍ଚଳ ର ଶତାଧିକ ମତ୍ସ୍ୟଜୀବୀ ଉପସ୍ଥିତ ଥିଲେ।