Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଞ୍ଜାମରୁ ସରୁନି ଦାଦନ ଦୁଃଖ, କାମ କରିବାକୁ ଆନ୍ଦ୍ରା ପ୍ରଦେଶ ଯାଇଥିଲେ ସବହୋଇ ଫେରିଲେ,

ବେଲଗୁଣ୍ଠା- ୮/୯-ଗଞ୍ଜାମ ଜିଲ୍ଲାରୁ ସରୁନି ଦାଦନ ଦୁଃଖ ।ନିଜ ପେଟ ପାଟଣା ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଓଡିଆ ଶ୍ରମିକ ମାନେ କୌଣସି ନା କୌଣସି କାରଣରୁ ଶବ ହୋଇ ଫେରିବା ଉଦବେଗଜନକ ହୋଇଛି । ଏମିତି ଏକ ଘଟଣା ବେଲଗୁଣ୍ଠା ଅଞ୍ଚଳରେ ଘଟିଛି । ବେଲଗୁଣ୍ଠା ଏନ୍.ଏ.ସି ଅଧୀନ ଭଗବତ ପାଟଣାର ସୁଦର୍ଶନ ବାଡତ୍ୟାଙ୍କ ପୁଅ ମଦନ ବାଡତ୍ୟା 26 , ଗତ ବର୍ଷେ ତଳେ ଆନ୍ଧ୍ର ପ୍ରଦେଶର ପ୍ରକାଶମ୍ ଜିଲ୍ଲା ଅନଗୁଲ୍ ଥାନା ଅଞ୍ଚଳରେ ଚାନ୍ କୃତି କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ । ବୁଧବାର ସଂଧ୍ୟାରେ କମ୍ପାନୀର ଶୌଚାଳୟକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ସେଠାରେ ଥିବା ଏକ ଖୋଲା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।ଖବର ପାଇ ଅନଗୁଲ୍ ଥାନାର ଏସ୍.ଆଇ ଏନ୍.ରାମୁଲୁ ଶବକୁ ଜବତ କରି ତାଙ୍କର ଶବ ବ୍ୟବଚ୍ଛେଦ କରାଇଥିଲେ ।୩୪/୨୩ରେ ଏକ ଅପମୃତୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଜଣାପଡ଼ିଛି । କମ୍ପାନୀ ତରଫରୁ କିଛି ଆର୍ଥିକ ସାହାଯ୍ୟ ଦେଇ ମଦନର ଶବକୁ ବେଲଗୁଣ୍ଠା ଭଗବତ ପାଟଣା ପଠାଇଥିଲେ । ଆଜି ଭଗବତ ପାଟଣାରେ ମଦନର ଶବ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ଧନିଜାପଲୀ ନିକଟ ବଡନଦୀ ଶ୍ମଶାନରେ ଶବ ସତ୍କାର କରାଯାଇଥିଲା । ଆଜି ସୋରଡ଼ା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ଶୋକଶତ୍ନପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ତାଙ୍କ ବଡ଼ଭାଇ ସୁର୍ଯ୍ୟ ମଣି ଙ୍କୁ ୫୦୦୦ ଟଂକା ଆର୍ଥିକ ସହାୟତା ଦେଇଥିଲେ ।ଏହି ସମୟରେ ନଗରପାଳ ଫିରୋଜ କୁମାର ସେଠୀ, କାଉନସିଲର ଭାସ୍କର ପାତ୍ର, ଦିବ୍ୟ ରଞ୍ଜନ ଦାଶ ,ରଞ୍ଜିତ ସାମଲ,ପ୍ରଦୀପ ସେଠୀ, ଦିଲ୍ଲୀପ ଆଚାରୀ,ସେବା ସମବାୟ ସମିତି ସଭାପତି ସନ୍ତୋଷ କୁମାର ସୁବୁଦ୍ଧି ଉପସ୍ଥିତ ଥିଲେ ।ସେ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ବେଲଗୁଣ୍ଠା ବାସି ଦାବି କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ