Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନିଷି ରେ କଳା ପଲସର ଆତଙ୍କ।ମହିଳାଙ୍କ ବେକରୁ ଝାମ୍ପିନେଲେ ୨ ତୋଳାର ମଙ୍ଗଳ ସୂତ୍ର।

ଗୋପାଳପୁର,୦୮/୦୯
ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ସନ୍ନିକଟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ରୁ କଳା ପଲସର ରେ ଥିବା ଦୁଇଜଣ ଯୁବକ ମୋଟରସାଇକେଲ ରେ ବସିଥିବା ଜଣେ ମହିଳାଙ୍କ ବେକରୁ ୨ ତୋଳା ଓଜନର ମଙ୍ଗଳ ସୂତ୍ର ଝାମ୍ପି ନେଇ ଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ ଆନ୍ଧ୍ରପ୍ରଦେଶ କାବଟି ଥାନା ଅନ୍ତର୍ଗତ ବାଇରୁଡୁ କତୁରୁ ର କେ କଲ୍ୟାଣୀ ଓ ତାଙ୍କ ଭାଇ ଗୋପାଳପୁର ଥାନା ଅନ୍ତର୍ଗତ ବକ୍ସିପଲ୍ଲି ରୁ ଗାଁ କୁ ଫେରୁଥିବା ବେଳେ କନିଷି ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ପଛପଟୁ ଆସୁଥିବା କଳା ପଲସର ଆସି ଝାମ୍ପି ନେଇଥିଲେ।ଏହା ନେଇ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ପକ୍ଷରୁ ୪୪୦/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।କଳା ପଲସର ରେ ଆସିଥିବା ଦୁଇ ଯୁବକ ସୁନା ଝାମ୍ପିବା ପରେ ରଣ୍ଢା ପର୍ଯ୍ୟନ୍ତ ଯାଇ ପୁଣି ଛତ୍ରପୁର ରାସ୍ତା ରେ ପଳାଇ ଯାଇଥିଲେ। ଏବଂ ଛତ୍ରପୁର ଠାରେ ଯୁବକ ମାନେ ପୁଣିଥରେ ସୁନା ଝାମ୍ପିବା ସହ ଭୁବନେଶ୍ୱର ପଟକୁ ପଳାଇ ଯାଇଥିବା ତଦନ୍ତ ବେଳେ ଜଣା ପଡ଼ିଥିବା ପୁଲିସ ସୂଚନା ଦେଇଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ